ଭିଜିଲାନ୍ସ ଜାଲରେ ଫସିଲେ ସବ୍ ରେଜିଷ୍ଟ୍ରାର
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲା ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଶାଶ୍ୱତଙ୍କ ଘର ସମେତ ୬ଟି ସ୍ଥାନ ନୟାଗଡ ଦେବୋତ୍ତର କଲୋନୀର ଭଡାଘର, ନୟାଗଡ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ, କେନ୍ଦ୍ରାପଡା ତଳବାରଙ୍ଗର ବାସଗୃହ, ସମ୍ପର୍କୀୟଙ୍କ ଘର,ତାଳଗାଁ ପୈତୃକ ବାସଗୃହରେ ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।
Comments are closed.