www.samajalive.in
Saturday, December 6, 2025
26.1 C
Bhubaneswar

ଲୋକସଭାରେ ହଇଚଇ; ଆଖି ପିଛୁଳାକେ ଆସି ବେଞ୍ଚରୁ ବେଞ୍ଚ ଡେଇଁ ଧୂଆଁ ଛାଡିଲେ ୨ ଅଜ୍ଞାତ ଯୁବକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନର ବୁଧବାର ଅଷ୍ଟମ ଦିନ। ଲୋକସଭା ଚାଲିଥିବା ସମୟରେ ହଠାତ୍‌‌ ଦର୍ଶକ ଗ୍ୟାଲେରୀରୁ ୨ ଅଜ୍ଞାତ ଯୁବକ ଡେଇଁ ହଇଚଇ ସୃଷ୍ଟି କରିଛନ୍ତି। ଏହି ୨ ଯୁବକଙ୍କୁ କାବୁ କରି ସାଂସଦ ସୁରକ୍ଷାକର୍ମୀଙ୍କ ଜିମା ଦେଇଛନ୍ତି। ଏହି ଘଟଣା ପରେ ଦିନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି। ଏଭଳି ଘଟଣା ପରେ ଲୋକସଭାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାମେରାରେ ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ଉକ୍ତ ଯୁବକ ଉଚ୍ଚତା ବିଶିଷ୍ଟ ଗ୍ୟାଲେରୀରେ ଖୁବ ଜୋର୍‌‌ରେ ଡେଉଁଥିବା ଦେଖାଯାଇଛି। ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦ ବସିଥିବା ସ୍ଥାନକୁ ଡେଇଁଛନ୍ତି। କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରି ଧରାପଡିଛନ୍ତି। ଏହାସହ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍‌‌ ପ୍ରୟୋଗ କରାଯାଇଛି। ୨ଅଜ୍ଞାତଙ୍କୁ କାବୁ କରି ବାହାରକୁ ଅଣାଯାଇଛି।
ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ସଂସଦ ଗୃହରେ ପହଞ୍ଚିଥିଲେ। ଏଠାରେ ସେ ୧୩ ଡିସେମ୍ବର ୨୦୦୧ ରେ ସଂସଦରେ ହୋଇଥିବା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ହୋଇଥିବା ଆକ୍ରମଣରେ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।
ଦୀର୍ଘ ୨୨ ବର୍ଷ ତଳେ ଡିସେମ୍ବର ୧୩ରେ ସଂସଦ ଭବନରେ ଆକ୍ରମଣ ହୋଇଥିଲା। ୨୨ ବର୍ଷ ତଳେ ହୋଇଥିବା ଏହି ଆକ୍ରମଣରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା। ଦିଲ୍ଲୀ ପୁଲିସର ୬, ସଂସଦ ଭବନର ୨ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ। ଆତଙ୍କୀ ଆକ୍ରମଣରେ ଜଣେ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ୫ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ। ଦୀର୍ଘ ୨୨ ବର୍ଷ ପରେ ପୁଣି ୧୩ ଡିସେମ୍ବର ୨୦୨୩ରେ ସଂସଦ ଭବନରେ ୨ ଯୁବକ ପ୍ରବେଶ କରିଛନ୍ତି।
ସୂଚନା ଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନ ଡିସେମ୍ବର ୬ରେ ଭାରତକୁ ଧମକ ଦେଇଥିଲା। ଭାରତର ସଂସଦ ଉପରେ ଡିସେମ୍ବର ୧୩ କିମ୍ବା ତା’ପୂର୍ବରୁ ଆକ୍ରମଣ କରାଯିବ ବୋଲି ଏକ ଭିଡିଓ ମାଧ୍ୟମରେ ଗୁରପତୱନ୍ତ ସିଂ ପନ୍ନୁନ ଧମକ ଦେଇଥିଲା। ସେ ଭିଡିଓରେ, ତାକୁ ହତ୍ୟା କରିବା ଲାଗି ହୋଇଥିବା ଷଡଯନ୍ତ୍ର ବିଫଳ ହୋଇଥିବା କହିବା ସହ ସଂସଦକୁ ଦୋହଲାଇ ଦବୁ ବୋଲି କହିଥିଲା।

 

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories