ଭିଜିଲାନ୍ସ ଜାଲରେ ଫସିଲେ ଆରଡବ୍ଲ୍ୟୁଏସ ଆଣ୍ଡ ଏସର କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ କନିଷ୍ଠ ଯନ୍ତ୍ରୀ। ଭୁବନେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ ଆଣ୍ଡ ଏସ)ର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୬ ଜଣ ଡିଏସପି,୩ ଜଣ ଆଇଆଇସି,୭ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ଚଢାଉ ପାଇଁ ଯିବା ସମୟରେ କନିଷ୍ଠ ଯନ୍ତ୍ରୀ ଛାତ ଡେଇଁ ପଳାଇଥିବା ନେଇ ସୂଚନା ମିଳିଛି।
Comments are closed.