ବାଲେଶ୍ଵର : ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ଶୁକ୍ରବାର ଭୋର୍ ସମୟରେ ଭିଜିଲାନ୍ସର ଏକ ୯ ଜଣିଆ ଟିମ୍ ପ୍ରଧାନଙ୍କ ବାଲେଶ୍ଵର ସହର ଆଇଟିଆଇ ଛକରେ ଥିବା କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରିଛି। ସେହିପରି ବିଭାଗ ପକ୍ଷରୁ ଜଳେଶ୍ଵର ବଡ଼ବଜାରର ସ୍ଥିତ ତାଙ୍କ ପୈତୃକ ବାସଭବନ , ଗୋଟିଏ ନୂତନ ନିର୍ମାଣ ଚଳୁଥିବା ଏକ ମହଲ କୋଠାଘର , ବଡ଼ବଜାରର ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଓ ଘର , ବାଲିଆପାଳ ମହିସାମୁଣ୍ଡା ଥରେ ତାଙ୍କ ଶଶୁର ଘର , ଜଳେଶ୍ଵର ସନ୍ତିଆ ସ୍ଥିତ ତାଙ୍କ ଅନ୍ତରଙ୍ଗ ତଥା ଠିକାଦାର ମୀଟିକ ସିଂ ଘର ରେ ଏକ ଜଳୁନ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ୨ ଅତିରିକ୍ତ ଏସପି ,୪ ଡି ଏସପି , ୬ ଇନସପେକ୍ଟର ,୭ ଏଏସ ଆଇ ସାମିଲ ଅଛନ୍ତି । ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ତତ୍ତ୍ଵାବଧାନରେ ଏହି ଚଢ଼ାଉ ଚାଲିଛି। ବାଲେଶ୍ଵର ସରକାରୀ କ୍ୱାର୍ଟରରୁ ବିପୁଳ ଟଙ୍କା , ସୁନା ଗହଣା ,ବହୁ ଜମିବାଡ଼ି , ବ୍ୟାଙ୍କ୍ ପାସବୁକ ଓ ବୀମା କାଗଜପତ୍ର ମିଳିଛି। ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଛାନଭିନ୍ ଜାରି ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏବେ ଅଚଳ ଥିବା ୨ ହଜାର ଟଙ୍କିଆ ବିଡା ଟଙ୍କା ଏକ ବ୍ୟାଗ୍ ଭିତରେ ଥିବାର ଭିଜିଲାନ୍ସ ଜବତ କରିଛି।
ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର



