ଚାକିରି ଯିବା ପରେ ଜୀବନ ହାରିଲେ ଯୁବକ !
ଧାମରା: ଧାମରା ଥାନା ଅଧୀନସ୍ଥ ଦୋସିଙ୍ଗାଠାରେ ରାଜକୁମାର ସାନ୍ତରା(୨୭) ନାମକ ଜଣେ ଯୁବକ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରାଜକୁମାର ଭୁବନେଶ୍ୱରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀରୁ କୌଣସି କାରଣରୁ ଛଟେଇ ହେବା ପରେ ମାନସିକ ଚାପରେ ରହୁଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗୁରୁବାର ସେ ନିଜ ଘରେ ଫାଶୀ ଲଗାଇ ଦେଇଥିଲ। ଏ ନେଇ ରାଜକୁମାରଙ୍କ ପରିବାର ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ।
Comments are closed.