ସୁନ୍ଦରଗଡ : ପୁଣି ଜଣେ କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ସୁନ୍ଦରଗଡ ଜିଲାର ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି। ତାଙ୍କ କ୍ୱାଟର୍ସ, କାର୍ଯ୍ୟାଳୟ, ଶ୍ୱଶୁର ଘର, ନିଜ ଘର ସମେତ ୬ଟି ସ୍ଥାନରେ ଚଢାଉ ହୋଇଛି।



