www.samajalive.in
Sunday, December 14, 2025
23.1 C
Bhubaneswar

ଲାଞ୍ଚନେଇ ଭିଜିଲାନ୍‍ସ ଜାଲରେ ବିଦ୍ୟୁତ୍‍ ବିଭାଗର କନିଷ୍ଠ ଯନ୍ତ୍ରୀ

କପ୍ତିପଦା : ଟଙ୍କା ଲାଞ୍ଚ ନେଉଥିବାବେଳେ କପ୍ତିପଦା ବିଦ୍ୟୁତ୍‍ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ଦାସ ଭିଜିଲାନ୍‍ସ ଅଧିକାରୀଙ୍କ  ଦ୍ୱାରା ଗିରଫ ହୋଇଛନ୍ତି। ଖବରରୁ ପ୍ରକାଶ, କପ୍ତିପଦା ବ୍ଲକ୍‍ ଜନକପୁର ଗ୍ରାମର ଦଶରଥ ନାୟକଙ୍କ ପୁତ୍ର ଶିଶିର କୁମାର ନାୟକ ତାଙ୍କର ବୋଲେରୋ ଗାଡ଼ିଟି କପ୍ତିପଦା ବିଦ୍ୟୁତ୍‍ ବିଭାଗ କାର୍ଯ୍ୟାଳୟରେ ଭଡ଼ାରେ ଲଗାଇଥିଲେ। ଗାଡ଼ି ଭଡ଼ା ବିଲ୍‍ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର କହିଥିଲେ ମଧ୍ୟ ବିଲ୍‍ କରୁନଥିଲେ।

- Advertisement -

ଟଙ୍କା ନଦେଲେ ବିଲ୍‍ ହେବ ନାହିଁ ବୋଲି ରୋକ୍‍ଠକ୍‍ କହିବା ପରେ ଗାଡ଼ିର ମାଲିକ ବାଲେଶ୍ୱର ଭିଜିଲାନ୍‍ସ ବିଭାଗର ଆଶ୍ରୟ ନେଇଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର  ଶିଶିର ଗାଡ଼ିର ବକେୟା ବିଲ୍‍ ବାବଦରେ ବିଲ୍‍ କରିବା ପାଇଁ ରଥିପୁରସ୍ଥିତ ନେସ୍କୋ କାର୍ଯ୍ୟାଳୟରେ ୧୩୦୦ ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍‍ସ ହାତରେ ଧରାପଡ଼ିଥିଲେ। ତେବେ ଭିଜିଲାନ୍‍ସର ଆଉ ଏକ ଟିମ୍‍ ଯନ୍ତ୍ରୀଙ୍କ ଉଦଳା ଭଡ଼ାଘର, ଉଦଳା ନେସ୍କୋ କାର୍ଯ୍ୟାଳୟରେ ତଦନ୍ତ ଜାରି ରଖିଛନ୍ତି। ଏସଂପର୍କରେ ବାଲେଶ୍ୱର ଭିଜିଲାନ୍‍ସ ବିଭାଗ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories