www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଉତ୍କର୍ଷ ବିଦ୍ୟାଳୟରେ ଡିଜିଟାଲ୍‍ ଶିକ୍ଷାଦାନ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଉତ୍କର୍ଷ ବିଦ୍ୟାଳୟରେ ଡିଜିଟାଲ୍‍ ଶିକ୍ଷାଦାନ ସଂପର୍କରେ ଶୁକ୍ରବାର ପୂର୍ବାହ୍ନରେ ଏକ ଭର୍ଚୁଆଲ୍‍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋଭିଡ୍‍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ପ୍ରକାର ଅନ୍‍ଲାଇନ୍‍ ଶିକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି।
ସଂପ୍ରତି ହ୍ୱାଟସ୍‍ଆପ୍‍ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦୀକ୍ଷାଆପ୍‍, ମଧୁଆପ୍‍ ଜରିଆରେ ଛାତ୍ରଛାତ୍ରୀମାନେ ପାଠ ପଢି ପାରୁଛନ୍ତି। ଦୂରଦର୍ଶନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁରେ ଦୈନିକ ୩ ଘଣ୍ଟା ଶିକ୍ଷାଦାନ ଚାଲୁ ରହିଛି। ତେବେ ଅନ୍ୟ ଶ୍ରେଣୀର ଶିକ୍ଷାଦାନ ପାଇଁ ପ୍ରୟାସ ଜାରି ରହିଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ-ପାଠଶାଳା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କମ୍ୟୁନିଟି ରେଡିଓ ମାଧ୍ୟମରେ ଭିନ୍ନକ୍ଷମ ପିଲାଙ୍କ ପାଇଁ  ରେଡିଓ-ସୁରଭି କାର୍ଯ୍ୟକ୍ରମ କରାଯାଉଛି। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉତ୍କର୍ଷ ବିଦ୍ୟାଳୟରେ ଅନ୍‍ଲାଇନ୍‍ ଶିକ୍ଷାଦାନ ଚାଲୁରହିଛି।
ଏହି ଅନ୍‍ଲାଇନ୍‍ ଶିକ୍ଷାଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଟାଟା କନ୍‍ସଲ୍‍ଟାନ୍ସି ଲିମିଟେଡ୍‍ (ଟିସିଏସ୍‍) ତରଫରୁ , ଆଇ ଓ ଏନ୍‍ ଡିଜିଟାଲ୍‍ ଗ୍ଲାସ୍‍ରୁମ୍‍ କାର୍ଯ୍ୟକ୍ରମ ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆରମ୍ଭ କରିବାକୁ ସ୍ଥିର କରିଛି। ଏହା ଟାଟା କନ୍‍ସଲ୍‍ଟାନ୍ସି ଲିମିଟେଡ୍‍ର ସିଏସ୍‍ଆର୍ ତରଫରୁ ବିନାମୂଲ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍‍ଲାଇନ୍‍ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, କାର୍ଯ୍ୟ-ଫରଦ, ଗୃହପାଠ୍ୟ, ଡିବେଟ୍‍, କୁଇଜ୍‍ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ଯ୍ୟକରିପାରିବେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ନେଇ ଆଲୋଚନା କରିଥିଲେ।
ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍‍ ଦ୍ୱାରା ତାଲିମ ଦିଆଯିବ। ଯାହାଦ୍ୱାରା  ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍‍ ଶିକ୍ଷକତା ପ୍ଲାଟ୍‍ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବେ।
ଏହି ତାଲିମ ଶିକ୍ଷକ ଶକ୍ଷିୟିତ୍ରୀମାନେ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ ଘଂଟା ସମୟ ଦେଇ ଶିକ୍ଷା ଶେଷ କରିବେ। ଏହି ତାଲିମ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ଅନ୍‍ଲାଇନ୍‍ ଶିକ୍ଷଣ ସଂପର୍କିତ ବିଭିନ୍ନ କୌଶଳ ଜାଣିପାରିବେ ଓ କ୍ରମାଗତ ନିଜର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇପାରିବ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ  ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ  ରଘୁରାମ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପ୍ରମୁଖ ଏହି ଭର୍ଚୁଆଲ୍‍ ବୈଠକରେ ଯୋଗଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories