www.samajalive.in
Monday, December 15, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ

ପିପିଲି: ଏକ ଚୋରି ଘଟଣାରେ ମାମଲା ରୁଜୁ ପାଇଁ ଜଣେ ସିକୁ୍ୟରିଟି ସଂସ୍ଥାର ମାଲିକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ପୂର୍ବାହ୍ନରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‌ଆଇ ବେଣୁଧର ରାୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  ।

ସୂଚନା ଅନୁଯାଇ, ଭୁବନେଶ୍ୱର ପାଣ୍ଡବନଗରରେ ଥିବା ଆର୍‌ବିଏମ୍‌ ଗୃପ ଅଫ୍‌ ସିକୁ୍ୟରିଟି ସଂସ୍ଥା ପକ୍ଷରୁ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଗୃପ୍‌ ଅଫ୍‌ ଇନଷ୍ଟିଚୁ୍ୟସନ୍ସର ବିଭିନ୍ନ ସଂସ୍ଥାରେ ସିକୁ୍ୟରିଟି କର୍ମଚାରୀ ନିୟୋଜିତ ଅଛନ୍ତି  । ତେବେ ଗତ ଫେବୃଆରୀ ୧୫ ତାରିଖ ରାତିରେ କୃପାଜଳ ଆଇଟିଆଇ ବିଭାଗ ପରିସରରୁ ୨୫ଟି ଲୁହା ଆଙ୍ଗେଲ ଓ ୨ବଣ୍ଡଳ ଲୁହା କଣ୍ଟାତାର ଆଦି ଚୋରି ହୋଇଥିଲା  । ଏସଂପର୍କରେ ଉକ୍ତ ସିକୁ୍ୟରିଟି ସଂସ୍ଥାର ମାଲିକ ତଥା ବାଲିପାଟଣା ଥାନା ବନମାଳିପୁର ଭାପୁର ଅଞ୍ଚଳର ବିଜୟ କୁମାର ଷଡଙ୍ଗୀ କୌଶଲ୍ୟାଗଙ୍ଗ ଫାଣ୍ଡିରେ ସେହିମାସ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ  । ତେବେ ପୁଲିସ ମାମଲା ରୁଜୁ କରିନଥିଲା  । ଚୋରଙ୍କୁ ଧରି ଚୋରୀ ସାମଗ୍ରୀ ଉଦ୍ଧାର କରିବା ବଦଳରେ ପୁଲିସ ଅଭିଯୋଗକାରୀଙ୍କୁ ବାରମ୍ବାର ଫାଣ୍ଡିକୁ ଦଉଡାଇଥିଲା  । ଏସଂପର୍କରେ ଶ୍ରୀମିଶ୍ର ଉପରିସ୍ଥ ପୁଲିସ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା  । ତେବେ ମାମଲା ରୁଜୁ କରିବା ପାଇଁ ଫାଣ୍ଡି ଅଧିକାରୀ ଏସ୍‌ଆଇ ବେଣୁଧର ରାୟ ମୋଟାଅଙ୍କର ଅର୍ଥ ଦାବି କରିଥିଲେ  । ଏସଂପର୍କରେ ଶ୍ରୀଷଡଙ୍ଗୀ ଭୁବନେଶ୍ୱର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ  । ଶନିବାର ପୂର୍ବାହ୍ନରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଶ୍ରୀଷଡଙ୍ଗୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଏସ୍‌ଆଇ ବେଣୁଧର ରାୟ ଧରାପଡିଥିଲେ  । ଭିଜିଲାନ୍ସ ପୁଲିସ ସେଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଶ୍ରୀରାୟଙ୍କୁ ଗିରଫ କରି ଭୁବନେଶ୍ୱର ନେଇ ଯାଇଥିବା ସୂଚନା ମିଳିଛି  । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି  ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories