www.samajalive.in
Sunday, December 7, 2025
23.1 C
Bhubaneswar

ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଲେ ବଳାତ୍କାର ପୀଡ଼ିତା, ଅବସ୍ଥା ସଂକଟାପନ୍ନ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ନମିଳିବାରୁ ଜଣେ ୩୫ ବର୍ଷୀୟା ବଳାତ୍କାର ପୀଡ଼ିତା ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଜୟପୁରର ବୈଶାଳୀ ନଗର ଥାନାରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୀଡ଼ିତାକୁ ସବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଓ ମାମଲା ଫେରାଇ ନେବାକୁ ଚାପ ପକାଉଛି। ପୀଡ଼ିତାଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କ ପତ୍ନୀ ୨ ମାସ ତଳେ ଜଣେ ୨୯ ବର୍ଷିୟ ଯୁବକ ବିରୋଧରେ ବଳାତ୍କାର ନେଇ ମାମଲା ରୁଜୁ କରାଇଥିଲେ। ହେଲେ ଏପର୍ଯ୍ୟନ୍ତ ପୁଲିସ୍‍ ଅଭିଯୁକ୍ତକୁ ଗିରଫ କରିନାହିଁ। ଏହାର ବିପରୀତ ପୁଲିସ ମୋ ପତ୍ନୀଙ୍କ ସହ ଖରାପ ବ୍ୟବହାର କରିଆସୁଛି। ପୁଲିସ୍‍ କହିବା ଅନୁସାରେ ମହିଳା ଜଣକ ରବିବାର ନିଜ ପୁଅ ସହ ଥାନାକୁ ଆସିଥିଲେ। ହଠାତ ସେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା। ପୁଲିସ ମାମଲାର ତଦନ୍ତ କରୁଛି। ଜଣେ ମାଜିଷ୍ଟ୍ରେଟ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ବୟାନ ରେକର୍ଡ କରିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories