www.samajalive.in
Monday, December 8, 2025
20.1 C
Bhubaneswar

‘ସେନା ସ୍କୁଲ’ ଖୋଲିବ ଆରଏସଏସ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏଏସ) ୨୦୨୦ରେ ଦେଶରେ ‘ସେନା ସ୍କୁଲ’ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସଶସ୍ତ୍ର ବଳରେ ଅଧିକାରୀ ପଦ ହାସଲ କରିବା ପାଇଁ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆରଏସଏସର ଶିକ୍ଷା ଶାଖା ବିଦ୍ୟା ଭାରତୀ ଏହି ସ୍କୁଲକୁ ପରିଚାଳନା କରିବ। ଏହି ସ୍କୁଲର ନାମ ଆରଏସଏସର ପୂର୍ବତନ ମୁଖ୍ୟ ତଥା ସରସଂଘଚାଳକ ରାଜେନ୍ଦ୍ର ସଂହ ଓରଫ ରଜୁ ଭାଇଙ୍କ ନାମ ଅନୁସାରେ ରଜୁ ଭାଇ ସୈନିକ ବିଦ୍ୟାମନ୍ଦିର ରଖାଯିବ। ରଜୁ ଭାଇ ସୈନିକ ବିଦ୍ୟା ମନ୍ଦିରର ପ୍ରଥମ ଶାଖା ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ।।ର ଶିକାରପୁରରେ ଖୋଲାଯିବ। ଏହି ସହରରେ ୧୯୯୨ରେ ଆରଏସଏସର ପୂର୍ବତନ ମୁଖ୍ୟ ରଜୁ ଭାଇ ଜନ୍ମଗ୍ରହଣ କରିଥିଲେ। ବିଦ୍ୟା ଭାରତୀୟ ଏଠାରେ ପାଠ୍ୟକ୍ରମ ରୂପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ବିସିଏସଇ)ର ପାଠ୍ୟକ୍ରମକୁ ଆପଣାଇବ। ଏଥିରେ ଷଷ୍ଠ ଶ୍ରେଣୀରୁ ନେଇ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଙ୍କୁ ଶି’ା ଦିଆଯିବ। ୨୦୨୦ ଅପ୍ରେଲ ମାସ ସୁଦ୍ଧା ଏହି ସ୍କୁଲ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଆରଏସଏସର ଏହି ଯୋଜନା ସଫଳ ହେଲେ ଦେଶର ଅନ୍ୟ ସ୍ଥାନରେ ଏଭଳି ସ୍କୁଲ ଖୋଲାଯିବ ବୋଲି ଆରଏସଏସର ଜଣେ ବରିଷ୍ଠ ସ୍ୱୟଂସେବକ ସୂଚନା ଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories