www.samajalive.in
Saturday, December 6, 2025
26.1 C
Bhubaneswar

ନିସର୍ତ୍ତ କ୍ଷମା ମାଗିଲେ ଆଜମ ଖାନ

ନୂଆଦିଲ୍ଲୀ : ଲୋକସଭାରେ ସୋମବାର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନ ବିଜେପି ସାଂସଦ ତଥା ଅଧିଷ୍ଠାତା ମଣ୍ଡଳୀ ସଦସ୍ୟା ରମା ଦେବୀଙ୍କୁ ନିସର୍ତ୍ତ କ୍ଷମା ମାଗିଛନ୍ତି। ନିକଟରେ ସେ ରମା ଦେବୀଙ୍କୁ ନେଇ ଗୃହରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ କିଛି ଦିନ ହେବ ଗୃହରେ ବିବାଦ ଚାଲିଥିଲା। ଗୃହର ଅଧିକାଂଶ ମହିଳା ସାଂସଦ ଆଜମ ଖାନଙ୍କୁ କ୍ଷମା ମାଗିବାକୁ କହିଥିଲେ ଓ ଏଥିପାଇଁ ଅଡି ବସିଥିଲେ। ଏସପିର ଅନ୍ୟ ସାଂସଦମାନେ ଆଜମ ଖାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଶେଷରେ ଆଜମ ଖାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଛି।
କ୍ଷମା ପ୍ରାର୍ଥନା କରି ଆଜମ ଖାନ କହିଛନ୍ତି ଯେ ଅଧିଷ୍ଠାତା ମଣ୍ଡଳୀ ସଦସ୍ୟାଙ୍କ ପ୍ରତି ମୋର କୌଣସି ଖରାପ ଭାବନା ନଥିଲା ଓ କି କାହାପ୍ରତି ବି ନାହିଁ। ମୋ ଭାଷଣ ଓ ଆଚରଣ ପୂରା ଗୃହ ଜାଣିଛି। ଏହାପରେ ବି ଯଦି ଅଧିଷ୍ଠାତା ମଣ୍ଡଳୀ ସଦସ୍ୟାଙ୍କୁ ଲାଗୁଛି କି ମୁଁ କୌଣସି ଭୁଲ କରିଛି, ସେଥିପାଇଁ କ୍ଷମା ମାଗୁଛି। ତେବେ ଆଜମ ଖାନଙ୍କୁ ଗୃହରେ ୨ ଥର କ୍ଷମା ପ୍ରାର୍ଥନା କରିବାକୁ ପଡିଥିଲା। ପ୍ରଥମ ଥର କ୍ଷମା ପ୍ରାର୍ଥନା ପରେ ଗୃହରେ ହୋହଲ୍ଲା ଆରମ୍ଭ ହୋଇଥିଲା। ଏହାପରେ ବାଚସ୍ପତି ତାଙ୍କୁ ଦ୍ୱିତୀୟ ଥର କ୍ଷମା ମାଗିବାକୁ କହିଥିଲେ। ଆଜମ ଖାନ ଦ୍ୱିତୀୟ ଥର ଛିଡ଼ା ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।
ଆଜମ ଖାନ କ୍ଷମା ମାଗିବା ପରେ ରମା ଦେବୀ କହିଥିଲେ ଯେ ତାଙ୍କ ଆଚରଣ ସର୍ବଦା ଖରାପ। ସେ ଗୃହ ଭିତରେ ବହୁଥର ଏଭଳି କହିଛନ୍ତି। ଆଜମଙ୍କୁ ନିଜ ଆଚରଣକୁ ସୁଧାରିବାକୁ ପଡିବ। ମୁଁ ଜଣେ ବରିଷ୍ଠ ସାଂସଦ ଓ ନିର୍ବାଚିତ ହୋଇ ଆସିଛି। ମୁଁ ସଂଘର୍ଷରୁ ଉଠି ଲୋକଙ୍କ ସ୍ୱର ହୋଇ ଆସିଛି। ଏଭଳି ବ୍ୟବହାର ଆମେ ସହ୍ୟ କରିପାରୁ ନାହିଁ। ଆଜମ ଖାନଙ୍କ ମନ୍ତବ୍ୟ ଭାରତର ମହିଳା ଏବଂ ପୁରୁଷଙ୍କୁ ଦୁଃଖ ପହଞ୍ଚାଇଛି। ସେ ଏହାକୁ ବୁଝିପାରିବେ ନାହିଁ।

ପ୍ରକାଶଯୋଗ୍ୟ ଯେ ଗୁରୁବାର ତିନି ତଲାକ ବିଲ ଉପରେ ଆଲୋଚନା ବେଳେ ଆଜମ ଖାନ ଏଣେତେଣେ ଦେଖି ନିଜ ବକ୍ତବ୍ୟ ରଖୁଥିଲାବେଳେ ଗୃହ କାର୍ଯ୍ୟ ପରିଚାଳନା କରୁଥିବା ରମାଦେବୀ ତାଙ୍କୁ ତାଗିଦ କରିଥିଲେ। ଏହାକୁ ନେଇ ଆଜମ ଖାନ କହିଥିଲେ ଯେ ମୋତେ ଆପଣ (ରମା ଦେବୀ) ଏତେ ଭଲ ଲାଗୁଛନ୍ତି କି ଆପଣଙ୍କ ଆଖିରେ ଆଖି ମିଶେଇ ରହିବାକୁ ଇଚ୍ଛା ହେଉଛି। ଏହାକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ବିଜେପି ସଦସ୍ୟମାନେ ଆଜମ ଖାନଙ୍କ ଆପତ୍ତିଜନକ ମନ୍ତବ୍ୟର କଡ଼ା ନିନ୍ଦା କରିଥିଲେ। ହୋହଲ୍ଲା ପରେ ବାଚସ୍ପତି ଓମ ବିର୍ଲା କ୍ଷମା ମାଗିବା ପାଇଁ ଆଜମ ଖାନଙ୍କୁ କହିଥିଲେ। କ୍ଷମା ମାଗିବା ବଦଳରେ ସେ କିଛି ଖରାପ କହିନଥିବା ଯୁକ୍ତି ବାଢିଥିଲେ। ଫଳରେ ଏହି ପ୍ରସଙ୍ଗକୁ ନେଇ ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକରେ ସମସ୍ତ ଦଳ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବା ଭାର ବାଚସ୍ପତିଙ୍କ ଉପରେ ଛାଡ଼ିଦେଇଥିଲେ। କୁହାଯାଉଥିଲା ଯେ ବାଚସ୍ପତି ବିବାଦୀୟ ବୟାନ ପାଇଁ ଆଜମ ଖାନଙ୍କୁ କ୍ଷମା ମାଗିବାକୁ କହିବେ। କ୍ଷମା ନମାଗିଲେ ତାଙ୍କୁ ସଂସଦର ଚଳିତ ଅଧିବେଶନରୁ ନିଲମ୍ବିତ କରାଯିବ। ଏହି କ୍ରମରେ ଆଜମ ଖାନ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories