www.samajalive.in
Monday, December 15, 2025
26.1 C
Bhubaneswar

ବୀରଭଦ୍ର ସିଂହ, ପତ୍ନୀ ପ୍ରତିଭାଙ୍କୁ ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀର ଏକ ଅଦାଲତ ଗୁରୁବାର ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ତାଙ୍କ ପତ୍ନୀ ପ୍ରତିଭା ସିଂହ ଓ ଅନ୍ୟ ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଅଭିଯୁକ୍ତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ସମ ପରିମାଣର ସ୍ୟୁରିଟୀ ଦାଖଲ କରିବାପରେ ସେମାନଙ୍କୁ ଜାମିନ ମିଳିଥିଲା। ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ଓକିଲ ଜାମିନ ଆବେଦନକୁ ବିରୋଧ କରିବା ସହ ଏମାନଙ୍କୁ ଜିମାରେ ନେବାକୁ ଦାବି ଉପସ୍ଥାପନ କରିଥିଲେ। ତେବେ ଇଡି ପକ୍ଷରୁ ଏମାନଙ୍କୁ ଗିରଫ କରାଯାଇନଥିବାରୁ ଜିମାରେ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ବିଚାରପତି ସ୍ପଷ୍ଟ କରିଥିଲେ। ହିମାଚଳ ମୁଖ୍ୟମନ୍ତ୍ରୀ ଥିବାବେଳେ ବୀରଭଦ୍ର ନିଜ ଚାଷଜମିରୁ ଆଦାୟ ହୋଇଥିବା ୭ କୋଟି ଟଙ୍କାରେ ଜୀବନବୀମା ପଲିସି କିଣିବାରେ ବିନିଯୋଗ କରିଥିବା ଅଭିଯୋଗ ହୋଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories