www.samajalive.in
Sunday, December 14, 2025
16.1 C
Bhubaneswar

ପଶ୍ଚିମବଙ୍ଗ ଚାଲାଣ ବେଳେ ଗୋରୁ ଗାଡ଼ି ଜବତ, ତିନି ଗିରଫ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରାଯାଉଥିବା ଖବର ପାଇ ଶନିବାର ସକାଳେ ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ଚଢ଼ାଉ କରିଥିଲେ। ନୀଳଗିରି ବ୍ଲକ ଚଣ୍ଡୀପୁର ରୁ ଏକ ଟାଟା ଏସିଇ ଗାଡ଼ିରେ ୮ଟି ଗୋରୁଙ୍କୁ ଅମାନୁଷିକ ଭାବେ ଲଦା ହୋଇ ଚାଲାଣ କରା ଯାଉଥିଲା। ଏସଡିପିଓ ଶ୍ରୀ ମହାପାତ୍ର ଚଢ଼ାଉ କରିବା ପରେ ଉକ୍ତ ଗୋରୁଗୁଡିକୁ ନୀଳଗିରି ଥାନା କୁ ଆଣିଛନ୍ତି। ସ୍ଥାନୀୟ ବିଭିଓ ଡ଼ା. ତପନ ଦ୍ୱିବେଦୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।  ଏହି ଗୋରୁ ଚାଲାଣ ଅଭିଯୋଗରେ ରେମୁଣା ଥାନା ଗନିପୁର ଅଞ୍ଚଳର ସେକ ଜ଼ୀଲ୍ଲାୱାଦ, ସେକ ତାଵରାଜ ଏବଂ ସେକ କଲାମଙ୍କୁ ଗିରଫ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories