www.samajalive.in
Saturday, December 6, 2025
26.1 C
Bhubaneswar

ସବୁ ଜିଲାରେ ଖୋଲିବ ପରିବା ମଣ୍ଡି

ଭୁବନେଶ୍ବର : ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ରାଜ୍ୟ ସରକାର ସବୁ ଜିଲାରେ ପରିବା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ବରରେ ଏହି ପରିବା ମଣ୍ଡି ପରୀକ୍ଷାମୂଳକ ଭାବେ ଖୋଲାଯିବ। ଏହି ମଣ୍ଡିରେ କଟକ ଓ ଭୁବନେଶ୍ବର ସନ୍ନିକଟ ଅଞ୍ଚଳର ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା ଆଣି ସିଧାସଳଖ ବ୍ୟବସାୟୀଙ୍କୁ ବିକ୍ରି କରିବେ। ଚାଷୀ ଯେପରି ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ନ ହେବ, ସେଥିପାଇଁ ମଣ୍ଡିରେ ସବୁ ପରିବାର ମୂଲ୍ୟ ସୂଚୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ରାଜ୍ୟରେ ଉତ୍ପାଦିତ ପରିବା ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନି। ପରିବା ପାଇଁ ଆମେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ପରି ରାଜ୍ୟ ଉପରେ ନିର୍ଭର କରୁଛୁ। ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ମିଳୁନି। ଯେଉଁଥିପାଇଁ ବହୁ ଚାଷୀ ଆଉ ପରିବା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ଦିନକୁ ଦିନ ରାଜ୍ୟରେ ପରିବା ଚାଷ କମି ଚାଲିଛି। ପରିବା ଉତ୍ପାଦନ କମ୍‌ ହେଉଥିବାବେଳେ ଆବଶ୍ୟକତା ବଢିବଢି ଚାଲିଛି। ଯେଉଁଥିପାଇଁ ବର୍ଷ ତମାମ ବିଭିନ୍ନ ପରିବା ଦର ଉଚ୍ଚା ରହୁଛି। ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ଧାନ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଏମ୍‌ଏସ୍‌ପି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। କେବଳ ଧାନ ଚାଷୀ ନୁହନ୍ତି, ସବୁ ଚାଷୀ ଯେପରି ଉପକୃତ ହେବେ, ସେ ଦିଗରେ ସରକାର ପ୍ରଚେଷ୍ଟା କରୁଛନ୍ତି। ରାଜ୍ୟକୁ ପରିବା ଚାଷରେ ସ୍ବାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପରିବା ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ସେମାନେ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ। ଏଥିପାଇଁ ସରକାର ପ୍ରତି ଜିଲାରେ ପରିବା ମଣ୍ଡି ଖୋଲିବେ। ଏହି ମଣ୍ଡିକୁ ଚାଷୀ ପରିବା ଆଣି ଆସିବେ। ପରିବାକୁ ସେ କୌଣସି ଦଲାଲ କିମ୍ବା ମଧ୍ୟସ୍ଥଙ୍କ ମାଧ୍ୟମରେ ବିକ୍ରି ନ କରି ସିଧାସଳଖ ବ୍ୟବସାୟୀଙ୍କୁ ବିକ୍ରି କରିବେ। ଏହାଦ୍ବାରା ଚାଷୀ ଶୋଷଣର ଶିକାର ହେବେନି ଏବଂ ଉତ୍ପାଦିତ ପରିବାର ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆମେ ପରିବା ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛୁ। ସେମାନେ ମଣ୍ଡି ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ମଣ୍ଡି ଦ୍ବାରା ଦଲାଲି କମିବ ଏବଂ ଚାଷୀ ତା ପରିବା ଠିକ୍ ମୂଲ୍ୟରେ ବିକି ପାରିବ ବୋଲି ବହୁ ବ୍ୟବସାୟୀ ମତ ଦେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories