www.samajalive.in
Monday, December 15, 2025
26.1 C
Bhubaneswar

ଝାରସୁଗୁଡାରେ ବେଦାନ୍ତ ସ୍ଥାପନ କରିବ ହଟ ମେଟାଲ ପାର୍କ

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଅନିଲ ଅଗ୍ରୱାଲ ନିୟନ୍ତ୍ରଣାଧୀନ ବେଦାନ୍ତ କମ୍ପାନୀ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଝାରସୁଗୁଡ଼ାରେ ହଟ ମେଟାଲ ପାର୍କ ସ୍ଥାପନ କରିବାକୁ ଯୋଜନା କରିଥିବା ଜଣାପଡିଛି। ପ୍ରସ୍ତାବିତ ମିଳିତ ଉଦ୍ୟୋଗ ଆଲୁମିନିୟମ ୟୁନିଟ ସମୂହର ସହଯୋଗୀ ଭାବେ ସ୍ୱୟଂଚାଳିତ ସହାୟକ ୟୁନିଟ ମଧ୍ୟ ସ୍ଥାପନ କରିବ। ଗତ କିଛି ମାସ ମଧ୍ୟରେ ବେଦାନ୍ତ ଅଟୋମୋବାଇଲ ଉପକରଣ ନିର୍ମାଣକାରୀ କମ୍ପାନୀଗୁଡ଼ିକ ସହ ଆଲୋଚନା ସହ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର କରିଛି। ଅଟୋ ଉପକରଣ ବ୍ୟତୀତ ବେଦାନ୍ତ ଆଲଏ (ମିଶ୍ରଧାତୁ) ହ୍ୱିଲ ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି।

ଏହି ପ୍ରକଳ୍ପରେ ବେଦାନ୍ତ ୧ହଜାର ୨୪କୋଟି ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରିଥିବା ବେଳେ ପାଖାପାଖି ୨ହଜାର କୋଟି ଟଙ୍କା ବିନିଯୋଗ ହେବ। ବିଶେଷ କରି ଏହି ପ୍ରକଳ୍ପରେ ଦୁଇ ଚକିଆ ଯାନ ପାଇଁ ଆଲଏ ହ୍ୱିଲ ନିର୍ମାଣ କରାଯିବ। ଏବେ ଭାରତରେ ଦୁଇ ଚକିଆ ଯାନ ପାଇଁ ବାର୍ଷିକ ୩୫ ମିଲିଅନ ଚକ ଆବଶ୍ୟକ ପଡୁଥିବା ବେଳେ ଚୀନରୁ ୨୨ ମିଲିଅନ ଚକ ଆମଦାନୀ କରାଯାଉଛି। ବେଦାନ୍ତ ଆଲୁମିନିୟମ ଏବଂ ପାୱାରର ନବ ନିଯୁକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କାପୁର କହିଛନ୍ତି ଯେ, ହଟ ମେଟାଲ ପାର୍କ ଏବଂ ସ୍ୱୟଂଚାଳିତ ସହାୟକ ୟୁନିଟ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଆଲୋଚନା ସରିଛି ଓ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବେ ଏବଂ ଭାଗିଦାର ମଧ୍ୟ ରହିବେ ବୋଲି ସେ କହିଛନ୍ତି।

- Advertisement -

ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କାପୁର କହିଛନ୍ତି ଯେ, ଏହି ପ୍ରକଳ୍ପ ‘ମେକ ଇନ ଓଡିଶା’ର ଏକ ଅଂଶବିଶେଷ। ହଟ ମେଟାଲ ପାର୍କ ସ୍ଥାପନ ଦ୍ୱାରା ବେଦାନ୍ତ ବିନିଯୋଗ ମୂଲ୍ୟ ବୃଦ୍ଧି ଯୋଜନା କରିଥିବା ବେଳେ, ଆଲୁମିନିୟମ ଉତ୍ପାଦନ କ୍ଷମତା ୨ ମିଲିଅନ ଟନରୁ ୩ ମିଲିଅନ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଭାରତରେ ବେଦାନ୍ତ ଆଲୁମିନିୟମ ଉତ୍ପାଦନ ସହ ୪୦ ପ୍ରତିଶତ ବଜାର ଅକ୍ତିଆର କରିଥିବା ବେଳେ ଆଗାମୀ ଦିନରେ ବିଶ୍ୱ ବଜାରରେ ନିଜ କ୍ଷମତା ପ୍ରଦର୍ଶନ କରିବ ବୋଲି ଅଜୟ କାପୁର କହିଛନ୍ତି। ଓଡିଶା ସରକାରଙ୍କ ଅନୁମତି ପରେ ୨୦୧୮ ନଭେମ୍ବରରେ ବେଦାନ୍ତ ତାର ଲାଞ୍ଜିଗଡ଼ ସ୍ତିତ ଆଲୁମିନା ରିଫାଇନରି ବିସ୍ତାର କାର୍ଯ୍ୟ କରିଛି ଯେଉଁଥିରେ କମ୍ପାନୀ ୬ହଜାର ୪୮୬ କୋଟି ଟଙ୍କା ବିନିଯୋଗ କରିଛି।

Hot this week

ଧାନ ବିକ୍ରିକୁ ନେଇ ଅନିଶ୍ଚିତତାରେ ଚାଷୀ, ବିଶ୍ରାମ ଗୃହରେ ଭରିଲେ ଧାନ

ରେଙ୍ଗାଲିକ୍ୟାମ୍ପ: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ଜାଗାରେ ଚାଷୀ କୂଳ...

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

Related Articles

Popular Categories