www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ-୧୯ର ମୁକାବିଲା ନେଇ ବେଦାନ୍ତର ବ୍ୟାପକ ପଦକ୍ଷେପ ; ୭ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଲାଭାନ୍ବିତ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରର କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ତଥା ଜାତୀୟ ସ୍ତରରର ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବେଦାନ୍ତର ଲାଞ୍ଜିଗଡ ସ୍ଥିତ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡା ସ୍ଥିତ ଆଲୁମିନିୟମ ସେଲଟର, ଏହାର ମୁକାବିଲା ନେଇ ଓଡ଼ିଶା ରାଜ୍ୟ ସରକାର ତଥା ଜିଲାପ୍ରଶାସନଙ୍କ ସହଭାଗିତାରେ ଜନ ସଚେତନତା ତଥା ସହାୟତା ଅଭିଯାନକୁ ତ୍ୱରାନିତ କରିଛନ୍ତି ।

କୋଭିଡ-୧୯ ସଂକ୍ରମଣ ପ୍ରତିରରାଧ ସଂକ୍ରାନ୍ତୀୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ନୀତିନିୟମ ଓ ସର୍ତ୍ତାବଳିକୁ ପ୍ରକଳ୍ପ ପରିସରରର କଡାକଡି ପାଳନ କରିବା ସହିତ ସୀମିତ ସଂଶାଧନ ତଥା କର୍ମଚାରୀଙ୍କୁ ନେଇ ଉଭୟ ୟୁନିଟ ପରିଚାଳନା କାର୍ଯ୍ୟ ଜାରିରଖିଛନ୍ତି ଓ ଏହା ସହିତ ଆବଶ୍ୟକୀୟ ସଂଶାଧନକୁ ଅଞ୍ଚଳବାସୀ ଏବଂ ନିଜର ତଥା ସହକାରୀ ସଂସ୍ଥା କର୍ମାଚାରୀଙ୍କୁ  ସୁରକ୍ଷା ତଥା ସଚେତନତା ନେଇ ବିନିଯୋଗ କରିଛି କମ୍ପାନୀ।  କମ୍ପାନୀ କର୍ମଚାରୀ ସେମାନଙ୍କ ପରିବାର ତଥା ସହକାରୀ ସଂସ୍ଥା କର୍ମଚାରୀଙ୍କ ସହିତ ଅଞ୍ଚଳରେ ଗୋଷ୍ଠୀ ସମୂଦାୟଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଇ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି ।

- Advertisement -

ଏହି ଅବସରରେ ଆଲୁମିନା ବ୍ୟପାରୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା କହିଛନ୍ତି ଯେ , ବେଦାନ୍ତର ସମସ୍ତ ପ୍ରୟାସ ରାଜ୍ୟ ତଥା ରାଷ୍ଟ୍ରକୁ ଆତ୍ମନିର୍ଭରଶୀଳ କରିବା ସହିତ ଗୋଷ୍ଠୀ ସମୂଦାୟଙ୍କ ବିକାଶ ନେଇ ଉଦ୍ଦିଷ୍ଟ ଅଟେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଉପୁଜୁଥିବା ଅସୁବିଧାର ଲାଘବ ପାଇଁ ଯଥାସମ୍ଭବ ସହାୟତା କରିବାପାଇଁ ଆମେ ପ୍ରତିବଦ୍ଦ ଅଛୁ ଓ ସରକାରଙ୍କ ସହଭାଗିତାରେ ମହାମାରୀର ମୁକାବିଲା ନେଇ ଆମେ କର୍ମଚାରୀ ତଥା ଗୋଷ୍ଠୀ ସମୂଦାୟଙ୍କ ସହିତ ଏକ ହୋଇ ସାଙ୍ଗରେ ଠିଆ ହୋଇଛୁ । ବଦାନ୍ତ ଝାରସୁଗୁଡା ଏବଂ କଳହାଣ୍ଡି ଜିଲାର ଗୋଷ୍ଠୀ ସହାୟତାନେଇ ବିଶେଷ ପଦକ୍ଷେପ ହାତକୁ ନେଇଥିବା ବେଳେ ପାର୍ଶ୍ବବର୍ତ୍ତୀ କ୍ଷେତ୍ର ମାନଙ୍କରେ ମଧ୍ୟ କୋଭିଡ-୧୯ର ମୁକାବିଲା ପାଇଁ ତୃଣମୂଳ ସ୍ତରରେ ସହାୟତା ଜାରିରହିଛି ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories