www.samajalive.in
Sunday, December 7, 2025
23.1 C
Bhubaneswar

ଖୁବ ଶୀଘ୍ର ଷ୍ଟାଇଲିସ ସ୍ମାର୍ଟଫୋନ ‘ଏଲଜି ଭେଲଭେଟ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନା ଏଲଜି ( LG ) ଏକ ଷ୍ଟାଇଲିସ ମୋବାଇଲକୁ ଖୁବ ଶୀଘ୍ର ବଜାରରେ ପ୍ରବେଶ କରାଇବାକୁ ଯାଉଛି। ଏହି ସ୍ମାର୍ଟଫୋନର ନାମ ଏଲଜି ଭେଲଭେଟ (LG Velvet) ରଖାଯାଇଛି। ଉପଭୋକ୍ତାମାନଙ୍କୁ ଏହି ସ୍ମାର୍ଟଫୋନରେ ଓଏଲଇଡି (OLED) ଡିସପ୍ଲେ, ୪,୩୦୦ ଏମଏଚର ଦମଦାର ବ୍ୟାଟେରୀ ଏବଂ ତିନୋଟି କ୍ୟାମେରେ ଦିଆଯାଇଛି। ତେବେ ଭାରତ ସମେତ ଅନ୍ୟ ଦେଶରେ ଏହି ସ୍ମାର୍ଟଫୋନର କେବେ ବଜାର ପ୍ରବେଶ କରିବା ସେ ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ ସୂଚନା ଦେଇ ନାହିଁ ।

ଏଲଜି ଭେଲଭେଟ ସ୍ମାର୍ଟଫୋନର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୫୫,୯୦୦ ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍ ଗ୍ରୀନ୍, ଗ୍ରେ, ହ୍ୱାଇଟ୍ ଏବଂ ଇଲୁସିଅନ୍ ସନ୍ସେଟ୍ ରଙ୍ଗର ବିକଳ୍ପ ସହିତ ଉପଭୋକ୍ତାମାନେ ଅନଲାଇନ୍ ଏବଂ ଅଫଲାଇନରେ ଜରିଆରେ କିଣି ପାରିବେ। ଏହି ସ୍ମାର୍ଟଫୋନର ବିକ୍ରି ମଇ ୧୫ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

- Advertisement -

ଏଲଜି ଭେଲଭେଟ ସ୍ମାର୍ଟଫୋନରେ ୬.୮ ଇଞ୍ଚର (ଓଏଲଇଡି) ସହ ପୂର୍ଣ୍ଣ ଏଚଡି ଡିଲପ୍ଲେ ଦିଆଯାଇଛି। ଏହା ସହିତ ଏହି ସ୍ମାର୍ଟଫୋନରେ ଉନ୍ନତ ପ୍ରଦର୍ଶନ ପାଇଁ କ୍ୱାଲକମ୍ ସ୍ନାପଡ୍ରାଗନ୍ ୪୬୫ଜି ଚିପସେଟ ରହିଛି । ଏଥିରେ  ୮ଜିବା ରାମ ଓ ୧୨୮ ଜିବା ଷ୍ଟୋରେଜ ପ୍ରଦାନ କରାଯାଇଛି। ଉପଭୋକ୍ତାମାନେ ଏଥିରେ ଏକ ଟ୍ରିପଲ୍ ରିୟର କ୍ୟାମେରା ପାଇହେ, ଯାହାର ପ୍ରାଥମିକ ଲେନ୍ସ ୪୮ ମେଗାପିକ୍ସେଲ ହୋଇଥିବା ବେଳେ ଦ୍ବିତୀୟଟି ୮ ମେଗାପିକ୍ସେଲର ଓ୍ବାଇଡ ଆଙ୍ଗେଲ ଲେନ୍ସ ଏବଂ ତୃତୀୟଟି ୫ ମେଗାପିକ୍ସେଲର ଲେନ୍ସ ଦିଆଯାଇଛି। ଏହା ବ୍ୟତୀତ କମ୍ପାନୀ ଏହି ସ୍ମାର୍ଟଫୋନରେ ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ଦେଇଥିବା ଜଣାପଡ଼ିଛି।

ଏହି ସ୍ମାର୍ଟଫୋନରେ ଫାଷ୍ଟ ଚାର୍ଜିଂର ଫିଚର ସହିତ ୪,୩୦୦ ଏମଏଚର ଦମଦାର ବ୍ୟାଟେରୀ ଦିଆଯାଇଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ ୱାଇ-ଫାଇ, ଜିପିଏସ୍, ଏମଏଫସି, ବ୍ଲୁଟୁଥ୍ ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି କନେକ୍ଟିଭିଟି ପ୍ରଦାନ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories