www.samajalive.in
Saturday, December 13, 2025
14.1 C
Bhubaneswar

ଏନ୍ଏସଇରେ ତାଲିକଭୁକ୍ତ ହେଲା ଭିଡିଲ୍‌, ଓଡ଼ିଶାରୁ ପ୍ରଥମ ଏସ୍ଏମ୍ଇ ସଂସ୍ଥା: ଧୀରଜ କୋଚର

ଭୁବନେଶ୍ୱର: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଏମର୍ଜରେ ତାଲିକା ଭୁକ୍ତ ହେଲା ଓଡ଼ିଶାର ପ୍ରଥମ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା (ଏସ୍ଏମ୍ଇ) କମ୍ପାନୀ ‘ଭିଡିଲ୍ ସିଷ୍ଟମ ଲିମିଟେଡ୍’ । ମଙ୍ଗଳବାର ଭୁବନେଶ୍ୱରର ଏକ ପଞ୍ଚ ତାରକା ହୋଟେଲରେ ଏନେଇ ତାଲିକାଭୁକ୍ତ ସମାରୋହ (ଲିଷ୍ଟିଂ ସେରିମନି) ଆୟୋଜିତ ହୋଇଯାଇଛି। ଠିକ୍ ସକାଳ ୧୦ଟାରେ କମ୍ପାନୀର ଲିଷ୍ଟିଂ ବେଲ୍‌ ରିଙ୍ଗ ହୋଇଥିଲା। ଏହାର ସେୟାର ଇସୁ ପ୍ରାଇସ୍ ୧୧୨ ଟଙ୍କା ଥିବା ବେଳେ ୧୭୪ ଟଙ୍କାରେ ଲିଷ୍ଟିଂ ହୋଇଛି । ଏହି ଅବସରରେ ଏନଏସ୍‌ଇ

ମୁଖପାତ୍ର ଅଭିକ ଗୁପ୍ତା ଓ ଭିଡିଲ୍ ସଂସ୍ଥା ଏମଡି ଓ ସିଇଓ ଧୀରଜ କୋଚର ଉପସ୍ଥିତ ଥିଲେ। ସଂସ୍ଥାର ମରଚାଣ୍ଟ ବ୍ୟାଙ୍କର ‘ଏଫିନିଟି ଗ୍ଲୋବାଲ କ୍ୟାପିଟାଲ ମାର୍କେଟ’ ପ୍ରତିଷ୍ଠାତା ସଞ୍ଜୟ ଭଲୋଟିଆ ଓ ନିର୍ଦେଶକ ସ୍ରୁତି ଭାଲୋଟିଆ ଓ ବିଧାୟକ ମନୋରଞ୍ଜନ ଡ୍ୟାନ୍ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଭିଡିଲର ଅନ୍ୟତମ ନିର୍ଦ୍ଦେଶକ ତପସ୍ବିନୀ ପଣ୍ଡା, ବ୍ରହ୍ମାନନ୍ଦ ପାତ୍ର, ପ୍ରମୋଟର ମନ୍ଦାକିନୀ ପଣ୍ଡା, କମ୍ପାନୀ ସେକ୍ରେଟାରୀ ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ଭିଡିଲ୍ ସଂସ୍ଥାର ଏମ୍ଡି ଓ ସିଇଓ ଶ୍ରୀ କୋଚର କହିଛନ୍ତି, ଏନ୍‌ଏସ୍‌ରେ ତାଲିକାଭୁକ୍ତ ହେବାରେ ଓଡ଼ିଶାର ପ୍ରଥମ ଏସ୍ଏମ୍ଇ ସଂସ୍ଥା ହେଉଛି ଭିଡିଲ୍ । ଖାଲି ସେତିକି ନୁହେଁ, ସ୍ମାର୍ଟ ଇଲେକ୍‌ଟ୍ରିକାଲ ପ୍ୟାନେଲ୍ ଓ ଅଟୋମୋସନ ବର୍ଗରେ ଆମ ସଂସ୍ଥା ପୂର୍ବାଞ୍ଚଳରେ ବି ପ୍ରଥମ। ଏହା ଆମ ପାଇଁ ଗର୍ବର ବିଷୟ। ୧୫ ବର୍ଷର ଏହି କମ୍ପାନୀ ପୂର୍ବାଞ୍ଚଳର ସବୁ ଶିଳ୍ପାଞ୍ଚଳ ଆମ ଉତ୍ପାଦ ବ୍ୟବହାର ହେଉଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (କୃତିମ ବୁଦ୍ଧିମତା)କୁ ବ୍ୟବହାରକୁ ଗୁରୁତ୍ବ ଦେଉଛୁ। ୩ ଭୋଲ୍ଡରୁ ୩୩ ଭୋଲ୍ଡ ଯାଏଁ ସବୁପ୍ରକାର ବୈଦ୍ୟୁତିକ ସାରଞ୍ଜାମ ଉପଲବ୍ଧ ଅଛି। ଗୁଜୁରାଟ, ମହାରାଷ୍ଟ୍ର ଭଳି

ଅନେକ ରାଜ୍ୟରେ ଶହ ଶହ ସଂଖ୍ୟାରେ ଏସ୍ଏମ୍ଇରେ ଅନ୍ତର୍ଭୁକ୍ତ ଅଛି। ଓଡ଼ିଶାରୁ ମଧ୍ୟ ଏଭଳି ଆହୁରି ସଂସ୍ଥା ଆଗେଇ ଆସନ୍ତୁ। ଆମେ ଆଗାମୀ ଦିନରେ ଓଡିଆ ଯୁବପିଢୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦେବୁ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories