www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷାଜଳ ସହ ଜଡ଼ିତ ଏହି ବାସ୍ତୁ ଟିପ୍ସ ; ଆପଣାଇଲେ ହେବେ ଲାଭବାନ

ବର୍ଷା ଜଳ ଜୀବନର ବହୁ ସମସ୍ୟା ଦୂର କରିଥାଏ। ବାସ୍ତୁଶାସ୍ତ୍ରରେ ବର୍ଷା ସହ ଜଡ଼ିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଆପଣେଇବା ଦ୍ୱାରା ଜୀବନ ସହ ଜଡ଼ିତ ଅନେକ ସମସ୍ୟା ସମାଧାନ ହୋଇପାରି ଥାଏ। ଜାଣନ୍ତୁ …..
– ଯଦି କୌଣସି ବ୍ୟକ୍ତି କରଜ ଜନିତ ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ତେବେ ବର୍ଷାର ଜଳ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ। ଏଥିପାଇଁ ଏକ ବାଲ୍ଟିରେ ବର୍ଷା ଜଳ ଭର୍ତି କରି ଏଥିରେ ସାମାନ୍ୟ ଖିର ମିଶାନ୍ତୁ। ଏହାପରେ ଭଗବାନଙ୍କ ନାମ ସ୍ମରଣ କରି ଏଥିରେ ସ୍ନାନ କରନ୍ତୁ।
– କର୍ମକ୍ଷେତ୍ରରେ ବାରମ୍ବାର କ୍ଷତି ହେଉଥିଲେ ତେବେ ପିତଳର ଲୋଟାରେ ବର୍ଷାର ଜଳ ଏକତ୍ରିତ କରି ମା’ଲକ୍ଷ୍ମୀଙ୍କୁ ସେହି ଜଳରେ ଅଭିଷେକ କରାନ୍ତୁ।
– ଘରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଓ ଧନର ଆଗମନ ପାଇଁ ମାଟିପାତ୍ରରେ ବର୍ଷା ଜଳ ଭର୍ତି କରି ଉତର ଦିଗରେ ରଖନ୍ତୁ।
– ଏକ ପାତ୍ରରେ ବର୍ଷା ଜଳ ଭର୍ତି କରି ଛାତ ଉପରେ ରଖି ଦିଅନ୍ତୁ। ଖରା ସେହି ପାଣି ଉପରେ ପଡ଼ିବା ପରେ ଭଗବାନଙ୍କ ନାମ ସ୍ମରଣ କରି ତାହାକୁ ଆଣି ଆମ୍ବପତ୍ରରେ ଛିଂଚି ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଘରେ ଧନ ବୃଦ୍ଧି ହୋଇଥାଏ।
– ବର୍ଷା ଜଳ କାଚ ପାତ୍ରରେ ଶୟନକକ୍ଷରେ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories