www.samajalive.in
Saturday, December 6, 2025
19.1 C
Bhubaneswar

ବାସ୍ତୁଦୋଷ ଦୂର କରିବା ପାଇଁ ଘରର ସମ୍ମୁଖ ଭାଗ ସଫା ରଖନ୍ତୁ

ଘରେ ବାସ୍ତୁଦୋଷ ରହିଥିଲେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ କାରଣରୁ ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳି ନଥାଏ। ଏହାସହ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ବାସ୍ତୁଦୋଷ ଦୂର ହେବା ଦ୍ବାରା ପରିବାର ସଦସ୍ୟଙ୍କୁ ଶୁଭଫଳ ମିଳିଥାଏ।

ଘରର ମୁଖ୍ୟ ଫାଟକ ସମ୍ମୁଖକୁ ସର୍ବଦା ସଫା ରଖନ୍ତୁ। ମୁଖ୍ୟଦ୍ବାର ସମ୍ମୁଖକୁ ରାତିରେ ମଧ୍ୟ ଆଲୋକିତ କରି ରଖନ୍ତୁ। ଏପରି କରିବା ଦ୍ବାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

- Advertisement -

ଘରର ପ୍ରବେଶ ପଥର ଦୁଆର ବନ୍ଧକୁ ସାମାନ୍ୟ ଉଚ୍ଚତା ବିଶିଷ୍ଟ କରନ୍ତୁ। ଏହାଦ୍ବାରା ବାହାରର ଅଳିଆ ଆବର୍ଜନା ଘର ମଧ୍ୟକୁ ଆସି ନଥାଏ। କାରଣ ବାହାରର ଅଳିଆ ଘର ମଧ୍ୟକୁ ପ୍ରବେଶ କରିବା ଦ୍ବାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ ମଧ୍ୟ ବଢିଥାଏ।

ମୁଖ୍ୟ ଫାଟକ ନିକଟରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ଏହାସହ ଓଁ ମଧ୍ୟ ଲେଖିପାରିବେ। ଏହି ଶୁଭ ଚିହ୍ନ ଦ୍ବାରା ଘରେ ଦେବାଦେବୀଙ୍କ କୃପା ପ୍ରାପ୍ତି ହୋଇଥାଏ।

ମୁଖ୍ୟଦ୍ବାରର ଠିକ ସାମନାରେ ଫୁଲର ସୁନ୍ଦର ଫଟୋ ଲଗାନ୍ତୁ। ସୂର୍ଯ୍ୟମୁଖୀ ଫଟୋ ଲଗାଇବା ଅତ୍ୟନ୍ତ ଭଲ ଅଟେ।

ଘରର ନୈଋତ କୋଣକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁ।

ଘରେ ସର୍ବଦା ଶାନ୍ତି ରଖନ୍ତୁ। କଳହ କରିବା ଦ୍ବାରା ନକରାତ୍ମକ ଶକ୍ତି ବଢିଥାଏ। ଏହାସହ ବାସ୍ତୁଦୋଷ ମଧ୍ୟ ବୃଦ୍ଧି ପାଇଥାଏ।

ଘରର ଆଖପାଖରେ ଶୁଖିଲା ବୃକ୍ଷ କିମ୍ବା ଭାଙ୍ଗିଯାଇଥିବା ବୃକ୍ଷ ରଖନ୍ତୁ ନାହିଁ। ଏହାଦ୍ବାରା ବାସ୍ତୁଦୋଷ ବଢିଥାଏ।

ଘରେ ଯେକୌଣସି ଅସୁବିଧା ହେଉଥିଲେ ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଙ୍କୁ ଜଳ ସମର୍ପଣ କରନ୍ତୁ।

ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ କିଛି ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ କରିବା ଦ୍ବାରା ଘରର ବାତାବରଣ ଶୁଦ୍ଧ ରହିଥାଏ। ଏହାସହ ସକରାତ୍ମକ ଶକ୍ତି ବଢିଥାଏ।

ପ୍ରତ୍ୟେକ ଦିନ ଖାଦ୍ୟ ପ୍ରସ୍ତୁତ କରିବା ବେଳେ କିଛି ରୁଟି ଗାଈ ଓ କୁକୁରଙ୍କ ନିମନ୍ତେ ବାହାର କରି ରଖନ୍ତୁ। ତାପରେ ସେହି ରୁଟିକୁ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories