www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ; ହାତରୁ ଖସିବାକୁ ଦିଅନ୍ତୁ ନାହିଁ ଏହି ଜିନିଷ

ଚାଉଳ, କ୍ଷୀର, ଲୁଣ, ଚିନି ଓ ନଡିଆ ଏହି ୫ଟି ଜିନିଷ କଦାପି ହାତରୁ ତଳକୁ ଖସିବା ଉଚିତ ନୁହେଁ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏହି ୫ଟି ଧଳା ଜିନିଷକୁ ହାତରୁ ଖସାଇବାକୁ ଅଶୁଭ ବୋଲି ମାନ୍ୟତା ରହିଛି..
ଲୁଣକୁ କଦାପି ହାତରୁ ତଳକୁ ପକାଇବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଜୀବନରେ ଅନେକ ସମସ୍ୟା ଲାଗି ରହେ। ଲୁଣକୁ ହାତରୁ ଖସାନ୍ତୁ ନାହିଁ।
କ୍ଷୀର ଭଳି ଧଳା ଜିନିଷକୁ ମଧ୍ୟ ଶୁଭ ଜିନିଷ କୁହାଯାଏ। କ୍ଷୀର ହାତରୁ ତଳକୁ ଖସିବା ସନ୍ତାନଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ନୂତନ ଘରକୁ ଯିବା ମାତ୍ରେ କ୍ଷୀର ଉତରିବା କିମ୍ବା କ୍ଷୀରୀ ପ୍ରସ୍ତୁତ କରାଯାଇଥାଏ।
ଚାଉଳକୁ ଅକ୍ଷତ କୁହାଯାଏ। ସମଗ୍ର ପୂଜା ସାମଗ୍ରୀରେ ଏହାକୁ ଗଣତି କରାଯାଏ। ଚାଉଳ ଭର୍ତ୍ତି ପାତ୍ର ହାତରୁ ଖସିବା ଅଶୁଭ ଖବର ଶୁଣିବାର ସଙ୍କେତ ଦେଇଥାଏ।
ମିଶ୍ରି ଓ ଚିନିକୁ ଭଗବାନଙ୍କ ଭୋଗ କୁହାଯାଏ। ଏହା ତଳେ ପଡିବା ଅଶୁଭ ସଙ୍କେତ ବୋଲି କୁହାଯାଏ।
ନଡିଆର ଭିତର ଅଂଶ ଧଳା ହୋଇଥାଏ। ଏହାକୁ ପୂଜାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ହାତରୁ ଖସିବା କର୍ମକ୍ଷେତ୍ର ଓ ସଫଳତା ଦିଗରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories