www.samajalive.in
Friday, December 12, 2025
15.1 C
Bhubaneswar

ଜାଣି ରଖନ୍ତୁ କିଛି ସରଳ ଉପାୟ ; ମିଳେ ଚମତ୍କାରୀ ଲାଭ

ସକାଳୁ ଉଠିବା ମାତ୍ରେ ପ୍ରତିଦିନ ପିତା-ମାତା, ଘରର ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ।
ପ୍ରତିଦିନ ଗାଈଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।
ନିୟମିତ କୁକୁରଙ୍କୁ ରୁଟି ଓ ପକ୍ଷୀଙ୍କୁ ଦାନା ଦିଅନ୍ତୁ।
ଘରର ନିକଟରେ ପୋଖରୀ ଥିଲେ କଇଁଛ, ମାଛ ଆଦିକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ।
ପକ୍ଷୀମାନଙ୍କ ପାଇଁ ଛାତରେ ଏକ ପାତ୍ରରେ ପାଣି ନିଶ୍ଚୟ ରଖନ୍ତୁ।
ଘରକୁ ଆସୁଥିବା ଅତିଥି ସେବା ଭଲ ମନରେ କରନ୍ତୁ।
ଭୋଜନ ପ୍ରସ୍ତୁତ କରିବା ପରେ ସେଥିରୁ କିଛି ଅଳ୍ପ ଅଗ୍ନିଦେବତାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଘରେ ଅନ୍ନର ଅଭାବ ହୋଇନଥାଏ।
ପ୍ରତିଦିନ ସ୍ନାନରେ ପରେ ଘରେ ଭଗବାନଙ୍କୁ ପ୍ରଣାମ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ।
ଏହାସହ ସ୍ନାନ କରିବା ପରେ ଭଗବାନ ସୂର୍ୟ୍ୟଦେବଙ୍କୁ ଜଳ ଓ ଲାଲ ଫୁଲ ଅର୍ପଣ କରିବା ସହ ପ୍ରଣାମ କରନ୍ତୁ।
ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ, ଖିର ଅର୍ପଣ କରି ୭ ଥର ପରିକ୍ରମା କରନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ଜୀବଜନ୍ତୁଙ୍କ ପ୍ରତି ଦୟା ମନୋଭାବ ରଖନ୍ତୁ।
ରବିବାର ଓ ମଙ୍ଗଳବାର କାହା ଠାରୁ କରଜ ଆଣନ୍ତୁ ନାହିଁ।
ଘରେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟି ଗାଈଙ୍କୁ ଓ ଶେଷ ରୁଟି କୁକୁରଙ୍କୁ ଦିଅନ୍ତୁ।
ନିୟମିତ ଗାୟନ୍ତ୍ରୀ ମନ୍ତ୍ରର ଜପ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗୁରୁବାର ନଖ କାଟନ୍ତୁ ନାହିଁ।
ଘରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories