www.samajalive.in
Saturday, December 6, 2025
26.1 C
Bhubaneswar

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ସରକାରୀ ଯୋଜନାରୁ ବାଦ୍; ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ବାଘମାରୀ ବ୍ରାହ୍ମଣ ସାହିର ରମେଶ ଦାଶ ଜଣେ ଭୂମିହୀନ ଚାଷୀ ହୋଇଥିବାବେଳେ ସେ କାମ ଦାମ କରି ପରିବାର ପ୍ରତିପୋଷଣ କରନ୍ତି । ସେ କାଳିଆ ଯୋଜନା ଆରମ୍ଭରୁ ଆବେଦନ କରି ଆଦୌ ଉପକୃତ ହୋଇନଥିବାବେଳେ କେଉଁଠାରେ କଣ ଅସୁବିଧା ହୋଇଛି ତାହା ଜାଣିବା ପାଇଁ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଅନଲାଇନ ସ୍ଥିତି ରିପୋର୍ଟ ବାହାର କରିଥିଲେ । ଦୁର୍ଭାଗ୍ୟର କଥା ସମ୍ପୃକ୍ତ ବ୍ୟକ୍ତି ଜଣକ ୭୩ ବର୍ଷରେ ପଦାର୍ପଣ କରି ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରୁଥିବାବେଳେ ପ୍ରଶାସନ ତରଫରୁ ତାଙ୍କୁ ମାରି ଦିଆଯାଇଛି । ତାଙ୍କୁ ଷ୍ଟାଟସ ରିପୋର୍ଟରେ ମୃତ ଦର୍ଶାଇ କାଳିଆ ଯୋଜନାରୁ ତାଙ୍କ ନାମ ବାଦ ଦିଆଯାଇଛି । ଏହି ଘଟଣାକୁ ନେଇ ଶ୍ରୀ ଦାଶ ଏବଂ ପରିବାର ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣା ଜନସାଧାରଣଙ୍କ ନଜରକୁ ଆସିବା ପରେ ବିଭିନ୍ନ ସ୍ତରରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ସୂଚନା ଅଧିକାର କର୍ମୀ ରଘୁନାଥ ବେହେରା ଚଳିତ ବର୍ଷ ଜାନୁଆରୀ ମାସ ୧୦ ତାରିଖରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ, କୃଷି ଭବନ, ଭୁବନେଶ୍ୱରଙ୍କ ନିକଟରେ ରମେଶ ଦାଶ ବଞ୍ଚି ଥାଉ ଥାଉ ତାଙ୍କୁ କେଉଁ କମିଟି ମୃତ ଘୋଷଣା କରିଛନ୍ତି ସେ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଥିଲେ।

ଗତ ଫେବୃଆରୀ ମାସ ୨୮ ତାରିଖରେରେ ସମ୍ପୃକ୍ତ ବିଭାଗୀୟ ପି ଆଇ ଓ କାଳିଆ ଯୋଜନାରେ ଆବେଦନକାରୀଙ୍କ ଦସ୍ତାବିଜକୁ କ୍ଷେତ୍ରସ୍ତରରେ ଥିବା ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟି ମାଧ୍ୟମରେ ଯାଞ୍ଚ କରାଗଲା ପରେ ସମସ୍ତ ତଥ୍ୟକୁ ରାଜ୍ୟସ୍ତରରେ ଥିବା ବିଭିନ୍ନ ତଥ୍ୟାବଳୀ ସହିତ ମେଳକ ପରେ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀ ଚୟନ କରାଯାଇଥାଏ। ଏହି ଯାଞ୍ଚ କାର୍ଯ୍ୟ କ୍ଷେତ୍ର ସ୍ତରରେ ଥିବା ବିଭିନ୍ନ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ବିଭିନ୍ନ କମିଟି ମାଧ୍ୟମରେ କରାଯାଇଥିବାରୁ ନିର୍ଦିଷ୍ଟ ଭାବେ କୌଣସି ଅଧିକାରୀଙ୍କ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି ଜଣାଇବା ପରେ ଶ୍ରୀ ବେହେରା ମାର୍ଚ୍ଚ ୩ ତାରିଖରେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅପିଲ କରିଥିଲେ। ପରେ ମେ ୨୩ ତାରିଖରେ ପି ଆଇ ଓ ଦେଇଥିବା ଉତ୍ତରରୁ ଜଣାପଡିଛି ଯେ ପଞ୍ଚାୟତ ଲେବଲରେ ହୋଇଥିବା ଭେରିଫିକେସନରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଛି । ସମ୍ପୃକ୍ତ ବ୍ଲକର ବିଏନଓ(ବ୍ଲକ ନୋଡାଲ ଅଫିସର)ଙ୍କ ଦ୍ଵାରା ମୃତ ଚିହ୍ନଟ ଘୋଷଣାକୁ ପ୍ରତ୍ୟାବର୍ତ୍ତନ କରାଯାଇଛି । ଅଭିଯୋଗର ପ୍ରକୃତ କାରଣ ଦର୍ଶାଇ କାଳିଆ ୱେବ ପୋର୍ଟାଲରେ ସମସ୍ତ ଦସ୍ତାବିଜ ସହିତ ଆବେଦନ କରିବା ପାଇଁ ଉପଦେଶ ଦିଆଯାଇଛି । କିନ୍ତୁ ଶ୍ରୀ ଦାଶ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଯାଇ ତାଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରି ଚଳିତ ମାସ ୨ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଏନଏଚଆରସି ନୂଆଦିଲ୍ଲୀ, ରାଜ୍ୟ ଏଚଆରସି ଏବଂ ଅଧ୍ୟକ୍ଷ ରାଜ୍ୟ ଆଇନ ସେବା ପ୍ରାଧିକାରଣ ଓଡ଼ିଶାଙ୍କୁ ତାଙ୍କୁ ମୃତ ଘୋଷଣା କରିଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରାର୍ଥନା କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories