www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ ନେଲା ଲାଇନମ୍ୟାନଙ୍କ ଜୀବନ

ଚାନ୍ଦବାଲି: ଚାନ୍ଦବାଲି ଏନ୍ଏସିର ସତ୍ୟନାରାୟଣ କଲୋନୀରେ ବିଦ୍ୟୁତ ତାର ଉପରେ ଯାଇଥିବା ଲତା କାଟିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଲାଇନ ମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ତଥ୍ୟ ଅନୁଯାୟୀ, ଚାନ୍ଦବାଲି ସେକ୍ସନରେ କାମ କରୁଥିବା ରାଜକନିକା ବ୍ଲକ ଅନ୍ତର୍ଗତ ବଙ୍ଗର କୁଆଁ ଗ୍ରାମର ପ୍ରଭାକର ନାୟକଙ୍କ ପୁତ୍ର ରାଜେଶ ନାୟକ(୩୬) ଏହି ଲତା କାଟୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ତଳେ ପଡି ଯାଇଥିଲେ। ଲୋକମାନେ ତାଙ୍କୁ ଡାକ୍ତରଖାନାକୁ ନେବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ନମିଳିଲେ ପରିବାର ବର୍ଗ ମୃତଦେହକୁ ନେଇ ଟାଟା ପାୱାର ଅଫିସ ଆଗରେ ଧାରଣା ଦେବେ ବୋଲି ପରିବାର ଲୋକେ କହିଛନ୍ତି। ବିଭାଗ ତରଫରୁ ଆଲୋଚନା ଚାଲିଥିବା ଜଣାପଡ଼ିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories