www.samajalive.in
Saturday, December 6, 2025
15.1 C
Bhubaneswar

ବାସ୍ତୁ ସହ ଜଡିତ ଭୋଜନ ; ଜାଣିଲେ ହେବେ ଲାଭବାନ୍‍

ଭୋଜନ ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଓ ପ୍ରସାଦ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ। ଅନ୍ନକୁ କଦାପି ଅନାଦର କରିବା ଉଚିତ ନୁହେଁ। କୁହାଯାଏ, ଅନ୍ନର ଗୋଟିଏ ଦାନାରେ ମଧ୍ୟ ଜୀବନଦାନ ଦିଆଯାଇପାରେ। ବାସ୍ତୁରେ ଅନ୍ନ ସହ ଜଡିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଜୀବନରେ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଭୋଜନ ଗ୍ରହଣ କରିବା ପୂର୍ବରୁ ଅନ୍ନ ଦେବତା ଓ ମା’ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଣାମ କରି ଖାଆନ୍ତୁ। ସ୍ନାନ ବିନା ରୋଷେଇ ଘରେ ପ୍ରବେଶ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।
ଭୋଜନ ପ୍ରସ୍ତୁତ କରିବା ସମୟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ଉଚିତ। ହାତ, ଗୋଡ, ମୁହଁ ଭଲ ଭାବେ ଧୋଇ ଭୋଜନ ଗ୍ରହଣ କରନ୍ତୁ।

ତୋ ବିନା ମୋ କାହାଣୀ ଅଧା; ଦେଖନ୍ତୁ ଭିଡିଓ

- Advertisement -

ଓଦା ଗୋଡରେ ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
କଦାପି ଫଟା, ଭଙ୍ଗା ବାସନରେ ଭୋଜନ କରନ୍ତୁ ନାହିଁ। ଖାଦ୍ୟ ଖାଇବା ସମୟରେ ହାତରେ ଥାଳି ଉପରକୁ ଉଠାଇ ଭୋଜନ କରନ୍ତୁ ନାହିଁ।
ଚଟାଣରେ ବସି ଆସନ ପକାଇ ଭୋଜନ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଖଟରେ ବସି ଆଦୌ ଭୋଜନ କରନ୍ତୁ ନାହିଁ।
ସ୍ୱାଦିଷ୍ଟ ନ ହେଲେ ମଧ୍ୟ ଭୋଜନର ତିରସ୍କାର କରିବା ଉଚିତ ନୁହେଁ।
ରୋଷେଇ ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ରୋଷେଇ ଘର ପରିଷ୍କାର କରିବା ସହ ବାସନ ମାଜନ୍ତୁ। ଅନାବଶ୍ୟକ ଜିନିଷ ରୋଷେଇ ଘରେ ଆଦୌ ରଖନ୍ତୁ ନାହିଁ। ରୋଷେଇ ଘରେ ଥିବା ଡବା ଗୁଡିକୁ ଆଦୌ ଖାଲି ରଖନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories