www.samajalive.in
Saturday, December 6, 2025
16.1 C
Bhubaneswar

ବାସ୍ତୁ ଓ ଶୟନକକ୍ଷ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହର ଶୟନକକ୍ଷରେ କୌଣସି ପ୍ରକାର ବାସ୍ତୁଜନିତ ସମସ୍ୟା ଥିଲେ ନକରାତ୍ମକ ଶକ୍ତି ସର୍ବଦା ରହିଥାଏ। ବାସ୍ତୁଜନିତ ସମସ୍ୟା ଲାଗି ରହିଲେ, ଆର୍ଥିକ କ୍ଷେତ୍ରରେ ସମସ୍ୟା, କାର୍ଯ୍ୟରେ ଅସଫଳତା, ରୋଗଗ୍ରସ୍ତ ଭଳି ସମସ୍ୟା ଲାଗି ରହିଥାଏ। ମୁଖ୍ୟଦ୍ୱାର ଭଳି ଶୟନକକ୍ଷ ମଧ୍ୟ ଗୃହର ମୁଖ୍ୟ ଅଂଶ। ଯେଉଁଠାରେ ବ୍ୟକ୍ତିଙ୍କର ଦିନଯାକର ଥକ୍କାପଣ ଦୂର ହୋଇଥାଏ। ତେଣୁ ଏହି ସ୍ଥାନରେ ବାସ୍ତୁଦୋଷ ରହିବା ଅନୁଚିତ।
ଶୟନକକ୍ଷ ପାଇଁ ବାସ୍ତୁ ଉପାୟ….
ଶୟନ କକ୍ଷରେ କଦାପି ପୂଜାସ୍ଥାନ ରଖନ୍ତୁ ନାହିଁ।
ଶୟନ କକ୍ଷର କାନ୍ଥରେ ଆକ୍ରମଣକାରୀ ଜନ୍ତୁଙ୍କ ଫଟୋ ଆଦୌ ଲଗାନ୍ତୁ ନାହିଁ।
ଖଟରେ ଶୋଇବା ସମୟରେ କୌଣସି ଧାର୍ମିକ ଗ୍ରନ୍ଥ ରଖନ୍ତୁ ନାହିଁ।
ଶୟନ କକ୍ଷରେ କୋଣରେ ଆଇନା ରଖନ୍ତୁ ନାହିଁ। ଏହାକୁ ଶୋଇବା ସମୟରେ କପଡ଼ା ଦ୍ୱାରା ଢାଙ୍କି ରଖନ୍ତୁ।
ଶୟନକକ୍ଷର ଦରଜାର ଅତି ନିକଟରେ ଖଟ ରଖନ୍ତୁ ନାହିଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ।
ପଲଙ୍କ ତଳେ କୌଣସି ଅଳିଆ ଆବର୍ଜନା ରଖନ୍ତୁ ନାହିଁ।
ଶୟନକକ୍ଷରେ ଗାଧୁଆଘର ଥିଲେ ଏହାର କବାଟ ସର୍ବଦା ବନ୍ଦ କରି ରଖନ୍ତୁ।
ଶୟନ କକ୍ଷ ରଙ୍ଗ ଧଳା ଅଥବା ଅଧିକ ଗାଢ ରଙ୍ଗ କରନ୍ତୁ ନାହିଁ। ସବୁଜ, ଗୋଲାପି, ଆକାଶୀ ରଙ୍ଗ ଅଧିକ ଉତ୍ତମ ପ୍ରଭାବ ପକାଇଥାଏ। ସକରାତ୍ମକ ଶକ୍ତି ଆସିଥାଏ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଶୟନକକ୍ଷରେ ଶୋଇବା ସ୍ଥାନରେ ମୁଣ୍ଡ ଉପରକୁ ବଂଶୀ ରଖନ୍ତୁ।
ବୈବାହିକ ଜୀବନରେ ମଧୁରତା ପାଇଁ ନାଚୁଥିବା ମୟୁର କିମ୍ବା ରାଧାକ୍ରିଷ୍ଣାଙ୍କ ଫଟୋ ଲଗାଇପାରିବେ।
ସନ୍ତାନ ସୁଖ ପାଇଁ ଗାଈ-ବାଛରୀ ଫଟୋ ମଧ୍ୟ ରଖିପାରିବେ।
ପୂର୍ବ ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ଉତ୍ତମ ନିଦ୍ରା, ସୁଖମୟ ଦାମ୍ପତ୍ୟ ଜୀବନ, ଦୀର୍ଘାୟୁ ହୋଇ ଥାଆନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories