www.samajalive.in
Sunday, December 7, 2025
14.1 C
Bhubaneswar

ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ ପ୍ରସଙ୍ଗ, କୋଶଳ ରାଜ୍ୟ ସମନ୍ୱୟ ସମିତିର ବିରୋଧ

ବଲାଙ୍ଗିର: ଓଡିଶା ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ଏତାଦୃଶ ଏକପାଖିଆ ନିଷ୍ପତ୍ତି ଯୋଗୁଁ ୨କୋଟି କୋଶଲବାସୀ ସଂପୁର୍ଣ୍ଣ ରୂପେ ବ୍ୟଥିତ ଓ କ୍ରୋଧାନ୍ୱିତ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରି ରାଜ୍ୟ ସରକାର ତାଙ୍କର ହିଟଲରୀ ମନୋବୃତ୍ତିକୁ ପ୍ରଦର୍ଶିତ କରୁଛନ୍ତି ବୋଲି ସମିତି ପକ୍ଷରୁ କୁହାଯାଇଛି। ଓଡିଶା ସରକାରଙ୍କର ଏତାଦୃଶ ନିଷ୍ପତ୍ତି ଇଂରେଜ ଶାସନ ସମୟରେ ଭାରତୀୟଙ୍କୁ ଜବରଦସ୍ତି ବ୍ରିଟେନ ରାଣୀଙ୍କ ଜୟଗାନ କରିବାକୁ ବାଧ୍ୟ କଳା ଭଳି ବୋଲି କେଏସ୍‍ସିସିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ ପୁରୋହିତ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories