www.samajalive.in
Saturday, December 6, 2025
17.1 C
Bhubaneswar

ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ

ଭୁବନେଶ୍ବର: ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ। ଏହି ପ୍ରଶିକ୍ଷଣ ଉଚ୍ଚକୋଟିର ହେବା ଉଚିତ୍, ଏଠାରୁ ପ୍ରାପ୍ତ ଜ୍ଞାନକୁ କିଭଳି କାର୍ଯ୍ୟରେ ବ୍ୟବହାର କରିହେବ ସେଥିପାଇଁ ବିଧାୟକ/ବିଧାୟିକାମାନେ ଦୃଷ୍ଟି ଦେବା ଆବଶ୍ୟକ। ରାଜନୈତିକ ଦଳମାନେ ନିଜର ସ୍ୱାର୍ଥକୁ ଦେଶ ହିତ ଠାରୁ ଦୁରେଇ ରଖିବା ଉଚିତ୍। ଯଦି ବିଧାୟକମାନେ ଗୃହର କାର୍ଯ୍ୟରେ ବିନା କାରଣରେ ବାଧା ଦେବେ ତେବେ ଦେଶ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ପ୍ରକାଶ କରିଛନ୍ତି।

୧୭ତମ ଓଡିଶା ବିଧାନସଭାର ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ହରିବଂଶ କହିଲେଯେ, ଜନସାଧାରଣ ଦୃଢ ବିଶ୍ୱାସର ସହ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଆପଣଙ୍କୁ ବିଧାନସଭାକୁ ସେମାନଙ୍କର ପ୍ରତିନିଧିମାନେ ପଠାଇଛନ୍ତି। ଆମକୁ ଏହି ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇ ଲୋକମାନଙ୍କର ଆସ୍ଥାଭାଜନ ହେବାକୁ ପଡିବ।

- Advertisement -

ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଚସ୍ପତି କହିଲେଯେ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଆଗାମୀ ଦିନରେ ସମସ୍ତ ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କୁ ନୂତନ ଦିଗଦର୍ଶନ ଦେବ। ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ଏକ ବିକଶିତ ଓ ଜନମଙ୍ଗଳକାରୀ ରାଜ୍ୟ ପାଇଁ ନିହାତି ଦରକାର । ବିଧାୟକ/ବିଧାୟିକାମାନେ ବିଧାନସଭାରେ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାସହ ଏକ ସୁସ୍ଥ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେଯେ, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଜନସାଧାରଣ ଆମକୁ ଯେଉଁ ଆଶା ଓ ବିଶ୍ୱାସର ସହ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି ତାହାକୁ ସାକାର କରିବାକୁ ପଡିବ। ବିଧାନସଭା ଗୃହରେ ନୂତନ ବିଧାୟକ/ବିଧାୟିକାମାନଙ୍କର ଉପସ୍ଥାପନ ସହଯୋଗ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିଶ୍ଚିତଭାବେ ଉତ୍ସାହଜନକ ଅଟେ ।

ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ଯେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ବିଧାୟିକାମାନଙ୍କୁ ବିଧାନସଭା କାର୍ଯ୍ୟଧାରା ଓ ତତସଂପର୍କୀୟ ନିୟମ  ତଥା ବ୍ୟବସ୍ଥାପକମାନଙ୍କର ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର, ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଆଇନ ପ୍ରଣୟନ, ବଜେଟ୍ ଉପସ୍ଥାପନ, ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ବିଷୟରେ ମୁଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ। ଏହାର  ସୁଯୋଗ ନେବା ଉଚିତ୍।

କାର୍ଯ୍ୟକ୍ରମ ଶେଷରେ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ପଦ୍ଧତିରେ କମିଟିର ସାମର୍ଥ୍ୟ ସଂପର୍କରେ ଆଲୋଚନା ଅନୁଷ୍ଠିତ  ହୋଇଥିଲା। ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶେଷରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ପ୍ରଣୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଏଥିରେ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ବିନୟ କୁମାର ମୋହନ ଯୋଗ ଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ, ଶେଷରେ ବିଧାୟିକା ସଂଜଳୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଧାୟକ ଶ୍ରୀ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗଣତନ୍ତ୍ରକୁ ସୁଦୃଢ କରିବା ପ୍ରକ୍ରିୟା ବିଷୟରେ  ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆଦିଲ୍ଲୀସ୍ଥିତ ପ୍ରାଇଡର ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶେଷରେ ବିଧାୟକ ଶ୍ରୀ ନରସିଂହ ମାଡକାମୀ ଧନ୍ୟବାଦ ଅର୍ପଣ କରିଥଲେ। ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories