www.samajalive.in
Thursday, December 11, 2025
13.1 C
Bhubaneswar

ଦେଶବ୍ୟାପୀ ୬ ଲକ୍ଷ ୩୧ ହଜାର ୪୧୭ ଜଣଙ୍କୁ ଟିକାକରଣ

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମ ଆଜି କ୍ରମାଗତ ଭାବେ ଚତୁର୍ଥ ଦିନରେ ପହଞ୍ଚିଛି। ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ଼- ୧୯ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣର ମୋଟ ସଂଖ୍ୟା ୬ ଲକ୍ଷ ୩୧ ହଜାର ୪୧୭ ରହିଛି। ଦେଶର ୧୧ ହଜାର ୬୬୦ଟି ଟୀକାକରଣ କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯାଇଛି।

ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୬୪୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୫୮ ହଜାର ୪୯୫, ଅରୁଣାଚଳ ପ୍ରଦେଶରେ ୨ ହଜାର ୮୦୫, ଆସାମରେ ୭ ହଜାର ୪୧୮, ବିହାରରେ ୪୨ ହଜାର ୮୫, ଚଣ୍ଡିଗଡ଼ରେ ୪୬୯, ଛତିଶଗଡ଼ରେ ୧୦ ହଜାର ୮୭୨, ଦାଦର ଓ ନଗର ହାଭେଳିରେ ୧୧୪, ଡାମନ ଡ଼ିଉରେ ୯୪, ଦିଲ୍ଲୀରେ ୧୨ ହଜାର ୪୪୧, ଗୋଆରେ ୪୨୬, ଗୁଜରାଟରେ ୧୭ ହଜାର ୫୮୧, ହରିୟାଣାରେ ୨୪ ହଜାର ୯୪୪, ହିମାଚଳ ପ୍ରଦେଶରେ ୫ ହଜାର ୪୯, ଜାମ୍ମୁ କାଶ୍ମୀରରେ ୪ ହଜାର ୩୯୫, ଝାଡ଼ଖଣ୍ଡରେ ୮ ହଜାର ୮୨୪, କର୍ଣ୍ଣାଟକରେ ୮୦ ହଜାର ୬୮୬, କେରଳରେ ୨୩ ହଜାର ୮୫୫, ଲଦାଖରେ ୧୧୯, ଲାକ୍ଷାଦ୍ଵୀପରେ ୩୬୯, ମଧ୍ୟ ପ୍ରଦେଶରେ ୧୮ ହଜାର ୧୭୪, ମହାରାଷ୍ଟ୍ରରେ ୩୦ ହଜାର ୧୪୭, ମଣିପୁରରେ ୧ ହଜାର ୧୧୧, ମେଘାଳୟରେ ୧ ହଜାର ୩୭, ମିଜୋରାମରେ ୧ ହଜାର ୯୧, ନାଗାଲାଣ୍ଡରେ ୨ ହଜାର ୨୮୬, ଓଡିଶାରେ 55 ହଜାର ୧୩୮, ପୁଡୁଚେରୀରେ ୭୧୯, ପଞ୍ଜାବରେ ୫ ହଜାର ୫୬୭, ରାଜସ୍ଥାନରେ ୩୦ ହଜାର ୭୬୧, ସିକିମରେ ୩୫୦, ତାମିଲନାଡୁରେ 25 ହଜାର ୨୫୧, ତେଲେଙ୍ଗାନାରେ ୬୯ ହଜାର ୪୦୫, ତ୍ରିପୁରାରେ ୩ ହଜାର ୭୩୪, ଉତ୍ତର ପ୍ରଦେଶରେ ୨୨ ହଜାର ୬୪୪, ଉତ୍ତରାଖଣ୍ଡରେ ୬ ହଜାର ୧୦୭, ପଶ୍ଚିମବଙ୍ଗରେ ୪୨ ହଜାର ୯୩ ଏବଂ ଅନ୍ୟାନ୍ୟ ୧୪ ହଜାର ୧୭ଟି ଟିକା ଦିଆଯାଇଛି।

- Advertisement -

ଏବେସୁଦ୍ଧା ମାତ୍ର ମୋଟ ନଅଜଣ ଏଇଏଫଆଇଙ୍କୁ ଟିକାକରଣ ପରେ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ଦିଲ୍ଲୀରେ ଏଭଳି ତିନିଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡିସଚାର୍ଜ କରାଯାଇସାରିଛି। ତେବେ ଶାହାଦରାସ୍ଥିତ ରାଜୀବ ଗାନ୍ଧୀ ହସପିଟାଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରଖାଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ଉତ୍ତରାଖଣ୍ଡରେ ନଜରକୁ ଆସିଥିବା ଜଣେ ଏଇଏଫଆଇଙ୍କୁ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଛାଡ଼ିଦିଆଯାଇଛି। ସେହିଭଳି କର୍ଣ୍ଣାଟକରେ ଏହିଭଳି ଜଣେ ଟିକାଗ୍ରହଣକାରୀଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବାବେଳେ ଅନ୍ୟ ଜଣେ ଟିକା ଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି। ରାଜସ୍ଥାନରେ ଏଭଳି ଜଣେ ଟିକାଗ୍ରହଣକାରୀ ଆନାଫାଇଲାକ୍ସିସ୍‍ ବୋଲି ସନ୍ଦେହ କରାଯାଉଛି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଏବେ ତାଙ୍କୁ ବଙ୍ଗର ଜିଲ୍ଲା ହସପିଟାଲରେ ଡାକ୍ତରଙ୍କ ହେପାଜତରେ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories