www.samajalive.in
Thursday, December 11, 2025
13.1 C
Bhubaneswar

ପ୍ରଣବ, ସଂଜୟ ଓ ବିଜୟଙ୍କ ଅଚାନକ ବୌଦ୍ଧ ଗସ୍ତ : ଅମାତଙ୍କ ସହ ରୁଦ୍ଧଦ୍ୱାର ବୈଠକ 

ବୌଦ୍ଧ : ରାଜ୍ୟର ବହୁ ହେଭିୱେଟ ନେତାଙ୍କ ବୌଦ୍ଧ ଗସ୍ତ ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି। ପୂର୍ବାହ୍ନରେ ବିଜେଡିର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବୌଦ୍ଧ ଗସ୍ତ କରି ବିଭାଗୀୟ ସମୀକ୍ଷା କରିବା ସହିତ ବିଧାୟକ ପ୍ରଦିପ କୁମାର ଅମାତଙ୍କ ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଅପରାହ୍ନରେ ରାଜ୍ୟ ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାଶ ବର୍ମା ଓ ଅଧ୍ୟକ୍ଷ ଯୁବବ୍ୟାପାର ବିଜୟ ନାଏକ ଅଚାନକ ବୌଦ୍ଧ ଜିଲା ଗସ୍ତରେ ଆସି ସର୍କିଟହାଉସଠାରେ ବିଧାୟକ ଶ୍ରୀ ଅମାତ ଓ ନିର୍ଦ୍ଦିଷ୍ଟ କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିବା ଜଣାଯାଇଛି। ଏହି ବୈଠକରେ ଜିଲ୍ଳାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଉଥିବାବେଳେ ଗୋଟିଏ ଦିନରେ ଚାରିଜଣ ହେଭିୱେଟ ନେତାଙ୍କ ଆଗମନ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। ଗତ ସାଧାରଣ ନିର୍ବାଚନ ପରେ ପ୍ରଦିପଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବରିଷ୍ଠ ମନ୍ତ୍ରୀ ପଦବି ମିଳିବ ବୋଲି ଆଲୋଚନା ଜୋର ଧରିଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଥିଲା। ବର୍ତମାନ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସମ୍ଭାବନା ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ଏହି ନେତାମାନଙ୍କ ଅଚାନକ ବୌଦ୍ଧ ଆଗମନ ଓ ଶ୍ରୀଅମାତଙ୍କ ସହ ରୁଦ୍ଧଦ୍ୱାର ବୈଠକ ସାଧାରଣରେ ଉତ୍କଣ୍ଠା ପ୍ରକାଶ କରିଛି।

ତେବେ ବୈଠକ ପରେ ସମସ୍ତ ନେତୃ ମଣ୍ଡଳୀ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିମନ୍ତ୍ରଣକ୍ରମେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିଥିଲେ। ଏହି ସଂଗ୍ରହାଳୟ ଜିଲ୍ଲା ପାଇଁ ପରିଚୟ ସୃଷ୍ଟି କରିବ ବୋଲି ସଂଗଠନ ସମ୍ପାଦକ ଶ୍ରୀଦାସ ପ୍ରକାଶ କରିଥିଲେ। ତେବେ ସଂଗ୍ରହାଳୟ ପରିଚାଳନା ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଥିବାରୁ ଏହାକୁ ସରକାରୀ ସଂଗ୍ରହାଳୟର ମାନ୍ୟତା ପ୍ରଦାନ କରି ସରକାର ପରିଚାଳନା ଭାର ହାତକୁ ନେବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ରହିଥିବାବେଳେ ଏହି ଅବସରରେ ସମ୍ପାଦକ ଶ୍ରୀଦାସ ସଂଗ୍ରହାଳୟର ପ୍ରଶଂସା କରିବା ସହିତ ଏହାର ପରଚାଳନା ପାଇଁ ଆବଶ୍ୟକୀୟ ଅର୍ଥର ବ୍ୟବସ୍ଥା କରାଯିବା ନେଇ ଜିଲ୍ଳପାଳଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି। ଏହି ନେତୃମଣ୍ଡଳୀ ବୌଦ୍ଧରୁ ଆଲୋଚନା ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯାଇଥିବା ଜଣାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories