www.samajalive.in
Thursday, December 11, 2025
13.1 C
Bhubaneswar

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବଘିଆପଡା ମଣ୍ଡି ଘେରାଉ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ମଣ୍ଡିରେ ଧାନ କିଣାରେ ଚରମ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। ମଣ୍ଡି ସମ୍ମୁଖରେ ରାଜ ରାସ୍ତାରେ ହଜାର ହଜାର ଧାନବସ୍ତା ୧୫ ଦିନ ହେଲା ଜମା ହୋଇ ରହିଥିଲେ ମଧ୍ୟ ଧାନ ନେବାକୁ କୌଣସି ମିଲର ଆସୁନାହାନ୍ତି। ଫଳରେ ଚାଷୀମାନେ ଖୋଲା ଆକାଶ ତଳେ ଶୀତ କାକରରେ ଧାନବସ୍ତା ଜଗି ରହିଛନ୍ତି। ଏଫଏକ୍ୟୁ ଧାନକୁ ଖରାପ ଧାନ କହି କ୍ୱିଣ୍ଟାଲ ପିଛା ୪ ରୁ ୫ କିଲୋ କଟା ଯାଉଥିବା ବେଳେ ଚାଷୀ ଧାନର ମାନ ପରୀକ୍ଷା ପାଇଁ କହିଲେ ତୁମର ଧାନ କିଣାଯିବନାହିଁ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଚାଷୀ ଧାନ ବିକ୍ରୟ କରିସାରିବାପରେ ଅଖା ଫେରାଉ ନାହାନ୍ତି କି ବସ୍ତା ପଇସା ମଧ୍ୟ ଦିଆଯାଉ ନାହିଁ। ଫଳରେ ଅନେକ ଗରିବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଣ୍ଡିରେ ଧାନ ଘୋଡାଇବାକୁ ପାଲ ଦିଆଯାଉନାହିଁ। ଏପରିକି ଦିନ ଦିନ ଧରି ଚାଷୀମାନେ ମଣ୍ଡିରେ ଜଗି ରହୁଥିବାବେଳେ ସେମାନଙ୍କ ପାଇଁ ଉପଯୁକ୍ତ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଚାଷୀଙ୍କଠାରୁ ଏସବୁ ଅଭିଯୋଗ ପାଇବାପରେ ବିଜେପ ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚାର ସଦସ୍ୟମାନେ ବଘିଆପଡା ମଣ୍ଡିରେ ପହଂଚି ତାଲା ପକାଇ ପ୍ରାୟ ୪ ଘଣ୍ଟା ମଣ୍ଡିକୁ ଘେରାଉ କରି ରଖିଥିଲେ। ଯୋଗାଣ ବିଭାଗ ପକ୍ଷରୁ ଚଷୀଙ୍କ ପାଇଁ ମଣ୍ଡିରେ ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ କୃଷକ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ମନୋରଂଜନ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ, ଚାଷୀନେତା ନରହରି ପ୍ରଦାନ, ସୁଶାନ୍ତ ଧଳ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories