ଦେଶରେ ଆଜି ସୁଦ୍ଧା ୧୮ କୋଟି ୬୪ ଲକ୍ଷ ୪ ହଜାର ୪୯୫ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲ୍ରେ ୨୭ ଲକ୍ଷ ୧୦ ହଜାର ୯୩୪ଟି ସେସନରେ ଏହି ଟିକାକରଣ କରାଯାଇଛି। ୧୪ କୋଟି ୫୩ ଲକ୍ଷ ୨୮ ହଜାର ୫୭୭ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୪ କୋଟି ୧୦ ଲକ୍ଷ ୭୫ ହଜାର ୯୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ଆଜି ଗୋଟିଏ ଦିନରେ ୧୧ ଲକ୍ଷ ୫୫ ହଜାର ୨୩୮ ଜଣଙ୍କୁ ଟିକାକରଣ କରାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୯୬ ଲକ୍ଷ ୭୩ ହଜାର ୬୮୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୬୬ ଲକ୍ଷ ଅଣଷଠି ହଜାର ୧୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା ବେଳେ ୧ କୋଟି ୪୫ ଲକ୍ଷ ୬୯ ହଜାର ୬୬୯ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୯୨ ଲକ୍ଷ ୩୬ ହଜାର ୫୧୫ ଜଣଙ୍କ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍, ୧୮ରୁ ୪୪ ବୟସ ବର୍ଗରେ ୬୪ ଲକ୍ଷ ୭୭ ହଜାର ୪୪୩ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୫ କୋଟି ୮୦ ଲକ୍ଷ ୪୬ ହଜାର ୩୩୯ ଜଣଙ୍କୁ ପ୍ରଥମ ଡୋଜ୍ ଓ ୯୩ ଲକ୍ଷ ୫୧ ହଜାର ୩୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୫ କୋଟି ୪୮ ଲକ୍ଷ ୧୬ ହଜାର ୭୬୭ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧ କୋଟି ୭୯ ଲକ୍ଷ ୭୮ ହଜାର ୭୨୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।
ଓଡ଼ିଶାରେ ଏ ପର୍ଯ୍ୟନ୍ତ ୬୯ ଲକ୍ଷ ୪ ହଜାର ୮୪୬ ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪ ଲକ୍ଷ ୭୭ ହଜାର ୭୮୭ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୪ ଲକ୍ଷ ୨୭ ହଜାର ୫୯ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଆଜି ଗୋଟିଏ ଦିନରେ ୭୧ ହଜାର ୭୬୮ ଜଣ ଟିକା ନେଇଥିବା ସୂଚନା ମିଳିଛି।



