www.samajalive.in
Sunday, December 7, 2025
23.1 C
Bhubaneswar

ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି : ସାର ରିଆତି ବୃଦ୍ଧି, ଡିଏପି ଉପରେ ରିଆତି ପରିମାଣ ୧୪୦% ବଢ଼ିଲା

• ଡିଏପି ସାର ଉପରେ ରିଆତି ପରିମାଣ ୧୪୦% ବଢ଼ିଲା
• ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ରିଆତି ପାଇବେ ଚାଷୀ
• ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା କିଣିବେ ଚାଷୀ
• ଏହି ରିଆତି ବାବଦରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର

ନୂଆଦିଲ୍ଲୀ : ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

- Advertisement -

ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ।
ଏହି ଅବସରରେ ଡିଏପି ସାର ବସ୍ତା ପିଛା ରିଆତି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି ୧୪୦% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଦର ବୃଦ୍ଧିର ସମସ୍ତ ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ। ଏକକାଳୀନ ବସ୍ତା ପିଛା ଏତେ ପରିମାଣର ରିଆତି ପୂର୍ବରୁ କେବେ ବୃଦ୍ଧି କରାଯାଇନଥିଲା।
ଗତବର୍ଷ ଡିଏପିର ବାସ୍ତବ ଦର ଗୋଟିଏ ବସ୍ତା ପିଛା ୧୭୦୦ ଟଙ୍କା ଥିଲା। ଏଥିରେ କେନ୍ଦ୍ର ସରକାର ଗୋଟିଏ ବସ୍ତା ପ୍ରତି ୫୦୦ ଟଙ୍କାର ରିଆତି ଦେଉଥିଲେ। ତେଣୁ କମ୍ପାନୀଗୁଡ଼ିକ ଚାଷୀଙ୍କୁ ପ୍ରତି ବସ୍ତା ୧୨୦୦ ଟଙ୍କାରେ ସାର ବିକ୍ରି କରୁଥିଲେ।
ନିକଟରେ, ଡିଏପିରେ ବ୍ୟବହୃତ ହେଉଥିବା ଫୋସଫୋରିକ ଏସିଡ, ଆମୋନିଆ ଆଦିର ଅନ୍ତର୍ଜାତୀୟ ମୂଲ୍ୟ ୬୦% ରୁ ୭୦%କୁ ବୃଦ୍ଧି ପାଇଛି। ତେଣୁ ବର୍ତ୍ତମାନ ଡିଏପିର ବସ୍ତା ପିଛା ପ୍ରକୃତ ଦର ୨୪୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସାର କମ୍ପାନୀମାନେ ୫୦୦ ଟଙ୍କା ରିଆତିକୁ ବିଚାର କରି ୧୯୦୦ ଟଙ୍କାରେ ବିକ୍ରି କରିପାରିବେ। କିନ୍ତୁ ଆଜିର ନିଷ୍ପତ୍ତି ପରେ, ଚାଷୀମାନେ ଗୋଟିଏ ବସ୍ତା ଡିଏପି ସାର ୧୨୦୦ ଟଙ୍କାର ପୁରୁଣା ଦରରେ କିଣିପାରିବେ।
ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ତାଙ୍କ ସରକାର ଚାଷୀଙ୍କ କଲ୍ୟାଣ ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।
ପ୍ରତି ବର୍ଷ କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ରିଆତି ଦେବା ଉପରେ ପାଖାପାଖି ୮୦,୦୦୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଡିଏପି ଉପରେ ରିଆତି ବୃଦ୍ଧି ପାଇବା ଫଳରେ ଭାରତ ସରକାର ଖରିଫ ଋତୁରେ ସାର ରିଆତି ଆକାରରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ।
ଅକ୍ଷୟ ତୃତୀୟା ଅବସରରେ ପିଏମ-କିଷାନ ଅନ୍ତର୍ଗତ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦,୬୬୭ କୋଟି ଟଙ୍କା ହସ୍ତାନ୍ତର କରିବା ପରେ ଏହା ହେଉଛି ଚାଷୀଙ୍କ ହିତ ଲାଗି ଉଦ୍ଦିଷ୍ଟ ଦ୍ବିତୀୟ ବୃହତ ନିଷ୍ପତ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories