www.samajalive.in
Saturday, December 6, 2025
23.1 C
Bhubaneswar

ଦୁଃଖଦ ; ବିବାହରୁ ଫେରୁଥିଲେ ବରଯାତ୍ରୀ,ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଚମ୍ପାବତ : ବିବାହରେ ଯୋଗ ଦେଇ ଫେରୁଥିବା ସମୟରେ ଛକି ବସିଥିଲା ମୃତ୍ୟୁର କଳାବାଦଲ। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ୧୧ ଜୀବନ। ଉତ୍ତରାଖଣ୍ଡ ଚମ୍ପାବତ୍‍ ରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଚମ୍ପାବତ୍‍ ଜିଲାର ଡାଣ୍ଡା କ୍ଷେତ୍ର ଅନ୍ତର୍ଗତ ସୋମବାର ବିଳମ୍ବିତ ରାତିରେ ବରଯାତ୍ରୀରୁ ଫେରୁଥିବା ଏକ ଗାଡି ଖାଇରେ ଖସିପଡିଥିବା ସମୟରେ ୧୧ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଚମ୍ପାବତ ଠାରୁ ପ୍ରାୟ ୬୫ କିଲୋମିଟର ଦୂର ଏହି ସ୍ଥାନରେ ଗୋଟିଏ ପରିବାରର ଥିବା ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ।
ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୧ଜଣଙ୍କ ମୃତଦେହକୁ ପ୍ରଥମେ ଖାଇରୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟନକପୁର-ଚମ୍ପାବତ୍‍ ହାଇୱେ ସହ ଜଡିତ ସୁଖିଦାଙ୍ଗ-ଡାଣ୍ଡାମିନାର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ୧୬ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଭୀର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଟନକପୁରର ପଞ୍ଚମୁଖି ଧର୍ମଶାଳାରେ ହେଉଥିବା ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ଗାଡିଟି ଅନିୟନ୍ତ୍ରିତ ହୋଇ ଖାଇରେ ଖସିପଡିଥିଲା। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଗାଡିରେ ଥିବା ଏଭଳି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି। ପୁୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories