www.samajalive.in
Saturday, December 13, 2025
26.1 C
Bhubaneswar

କାର୍ଗିଲ ଯୋଦ୍ଧା ତ୍ରିଲୋଚନ ଦାସଙ୍କୁ ଉତ୍କଳମଣି ସ୍ମୃତି ସମ୍ମାନ

ବାଙ୍କୀ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ସମାରୋହ ପାଳନ ଅବସରରେ ବାଙ୍କୀ ପଥୁରିପଡା ଗ୍ରାମର କାର୍ଗିଲ ଯୋଦ୍ଧା ଅବସରପ୍ରାପ୍ତ ସୈନିକ ତ୍ରିଲୋଚନ ଦାସଙ୍କୁ ଉତ୍କଳମଣି ସମ୍ମାନରେ ସମ୍ମାନିତ କରାଯାଇଛି । ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସଂଚାଳିତ ଜୟନ୍ତୀ ଅବସରରେ ଶ୍ରୀ ଦାସଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ସଂଜୟ କୁମାର ପାତ୍ର, ସମ୍ମାନିତ ଅତିଥି ରୂପେ ବରପୁଟ ଗ୍ରାମପଞ୍ଚାୟତ ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର, ବିଶିଷ୍ଟ ଅତିଥି କବି କୌଶିକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଂଯୋଜକ ମନୋଜ କୁମାର ମହାପାତ୍ର, ସମାଜସେବୀ ବ୍ରଜବନ୍ଧୁ ଦାସ, ମହାବେରଣା କ୍ଲବର ସମ୍ପାଦକ ତଥା କ୍ରୀଡା ସଂଗଠକ ସଦାଶିବ ଦାସ, କବି ସୁବ୍ରତ ନାୟକ, ବିଜୟ ମହାନ୍ତି, ହୃଦାନନ୍ଦ ପ୍ରହରାଜ, ରାଧାମୋହନ ସାହୁ, ଦିଲ୍ଲିପ ମହାପାତ୍ର, ଅକ୍ଷୟ ତ୍ରିପାଠୀ, ରଂଜିତ ସେଠ, ମନୋଜ ଦଳେଇ, ମାଧବ ରାଉତ, ରାମକୃଷ୍ଣ ପଟ୍ଟନାୟକ, ଧନେଶ୍ୱର ବଳିୟାରସିଂହ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ସରୋଜିନୀ ଦେଇ, ବୁଦ୍ଧେଶ୍ୱର ସ୍ୱାଇଁ, ନୀଳମାଧବ ତ୍ରିପାଠୀ, ନାରାୟଣ ବେହେରା, ପାର୍ଥସାରଥୀ ଦାସ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ସ୍ମୃତିଚାରଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories