www.samajalive.in
Friday, December 12, 2025
16.1 C
Bhubaneswar

ଉତ୍ସାହ ଓ ଉଦ୍ଦିପନାର ସହ ବାଙ୍କୀ ମହୋତ୍ସବ ଉଦଘାଟିତ

ବାଙ୍କୀ : ବାଙ୍କୀ ମାଟିର କଳା, ସହିତ୍ୟ, ସଂସ୍କୃତି, ଲୋକକଳା ଓ ଐତିହ୍ୟକୁ ଉଜ୍ଜିବିତ କରି ମା ଚର୍ଚ୍ଚିକା ପୀଠର କୁମାର ଉତ୍ସବର ପରମ୍ପରା ସହିତ ପରିବର୍ଦ୍ଧିତ ବାଙ୍କୀ ମହୋତ୍ସବ-୨୦୨୨ ରବିବାର ସନ୍ଧ୍ୟାରେ ଉତ୍ସାହ ଉଦ୍ଦୀପନାର ସହିତ ଉଦଘାଟିତ ହୋଇଯାଇଛି । ମା’ ଚର୍ଚ୍ଚିକାଙ୍କ ଆଜ୍ଞାମାଳ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇ ଅପରାହ୍ନରେ ସଂକୀର୍ତ୍ତନ, ଓଡିଶୀ କୀର୍ତ୍ତନ, ପାଲା, ବିବିଧ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ସ୍ୱତନ୍ତ୍ର ରୋଷଣୀରେ ମା ଚର୍ଚ୍ଚିକାଙ୍କର ଜ୍ୟୋତି ବାଦ୍ୟ, ମୃଦଙ୍ଗ ଓ ଘଣ୍ଟଘଣ୍ଟାର ତାଳେତାଳେ ମହୋତ୍ସବ ମଣ୍ଡପରେ ସମ୍ମାନର ସହ ସ୍ଥାପନ ପରେ ଏହି ଉତ୍ସବ ଲୋକାର୍ପିତ ହୋଇଛି । ବାଙ୍କୀ ମହୋତ୍ସବର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ କଟକ ସାଂସଦ ଭର୍ତ୍ତୃହରି ମହତାବ ବାଙ୍କୀର ଗୈାରବମୟ ଐତିହ୍ୟ, ସଂସ୍କୃତି, କୃଷି, ସମବାୟ ମହାନ ପରମ୍ପରା ସହିତ ବୀରାରାଣୀ ଶୁକଦେଈଙ୍କ ଗାଥା ଓଡିଶାର ଜନମାନସକୁ ଦିଗଦର୍ଶନ ଦେବାରେ ଶ୍ରେୟ ସବୁବେଳେ ରହିଆସିଥିବା ବକ୍ତବ୍ୟରେ ପ୍ରକାଶ କରି ବାଙ୍କୀ ଶାନ୍ତ ସରଳ ଏବଂ ଏବେ ବିକାଶ ଧାରାରେ ସାମିଲ ହୋଇଥିବା ବକ୍ତବ୍ୟ ରଖିଛନ୍ତି।  ବାଙ୍କୀ ମହୋତ୍ସବ ବାଙ୍କୀ ଭିତରେ ସୀମିତ ନାହିଁ ବଂର ୨୦୦୦ ମସିହାରେ ବୀଜବିପନ କରିଥିବା ମହୋତ୍ସବ ଆଜି-୨୦୨୨ ମସିହା କୁମାର ଉତ୍ସବରେ ୨୩ ବର୍ଷର ଉଦାମ ଯୁବକ ଅବସ୍ଥାରେ ପହଞ୍ଚି ଓଡିଶାର ବିଭିନ୍ନ ଜିଲ୍ଲାକୁ ସ୍ୱତନ୍ତ୍ର ଭାଇଚାରାର ବାର୍ତ୍ତା ପ୍ରଦାନ କରିଛି।

- Advertisement -

ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ମହୋତ୍ସବ ଏକ ଅନନ୍ୟ ସାଂସ୍କୃତିକ ଜାଗରଣ ଓ ବାଙ୍କୀ ବିକାଶର ପ୍ରତିଲିପିକୁ ସ୍ୱତନ୍ତ୍ର ଭାବରେ ଉପସ୍ଥାପିତ କରିବା ସହ ପ୍ରତିଭାଧର ମାନଙ୍କୁ ଯୋଗ୍ୟତମ ସମ୍ମାନରେ ସମ୍ମାନିତ କରିବାର ଏବଂ ଲୁକ୍କାୟିତ ପ୍ରତିଭାଧର ମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଟକ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା,ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ପ୍ରମୁଖ ଯୋଗଦେଇ ବାଙ୍କୀ ମହୋତ୍ସବର ଅନୁଚିନ୍ତା ପ୍ରଦାନ କରିଛନ୍ତି। ମୁଖ୍ୟବକ୍ତା ଭାବରେ ପ୍ରବକ୍ତା ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଯୋଗଦେଇ ଗରୀମାମୟ ବାଙ୍କୀ ମାଟିର ଗାଥା ଓ ମା ଚର୍ଚ୍ଚିକା ପୀଠ ସମ୍ପର୍କରେ ବକ୍ତବ୍ୟ ରଖିଛନ୍ତି। ବାଙ୍କୀ ମହୋତ୍ସବ କମିଟିର କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ମହୋତ୍ସବ କମିଟି ସମ୍ପାଦକ ଗଣେଶ୍ୱର ସ୍ୱାଇଁ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଛନ୍ତି। ସଭାପତି ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ମହୋତ୍ସବର ଭାବ ଓ ଆବେଗକୁ ପରିପ୍ରକାଶ କରି ସ୍ୱାଗାତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ୨୦୨୨ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ ଚର୍ଚ୍ଚିକା ସମ୍ମାନକୁ ଯୁଗ୍ମ ଭାବରେ ଡାକ୍ତର ପଦ୍ମଲୋଚନ ପଣ୍ଡା ଓ ଡାକ୍ତର ଗଙ୍ଗାଧର ପରମଗୁରୁଙ୍କୁ ପ୍ରଦାନ କରାଯାଇଛି।

ସେହିପରି ମହୋତ୍ସବ କମିଟି ପକ୍ଷରୁ ଶିକ୍ଷାବିତ୍ କୁଶପଙ୍ଗୀ ମାଟିର ପୁଅ ସ୍ଥାନୀୟ ସରଣ୍ଡା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା, କ୍ରୀଡା ସଂଗଠକ ସଦାଶିବ ଦାସ, ଆଦର୍ଶ କୃଷକ ବେଣୁଧର ବ୍ରହ୍ମ, ଆଦର୍ଶ ଯୁବ କୃଷକ କେଦାର ଚନ୍ଦ୍ର ସାମଲ, ଜ୍ୟୋର୍ତିବିଦ୍ ବିଚିତ୍ରାନନ୍ଦ ମହାପାତ୍ର, ସାମ୍ବାଦିକ ଲାଲା ସୁନିଲ କୁମାର ରଥ, ସମାଜସେବୀ ନିମାଇ ଚରଣ ଦାସ, ହରିହର ଖଟୁଆ, ବାଉରୀବନ୍ଧୁ ସାହୁ, ଶିକ୍ଷା ସଂଗଠକ ବସନ୍ତ କୁମାର ନାୟକ, ଆଦର୍ଶ ଶିକ୍ଷକ ବନବିହାରୀ ନାଥ, ସାଂସ୍କୃତିକ ସଂଗଠକ ସୁରେଶ ଚନ୍ଦ୍ର ମହାନ୍ତି, ପାଲା ଗାୟକ ସତୃଘ୍ନ ରଣା, ସଂକୀର୍ତ୍ତନ ଗାୟକ ଅଜୟ କୁମାର ସାହୁ, ଦଳିତ ସଂଗଠକ ହରିବନ୍ଧୁ ନାୟକ, ଦକ୍ଷ ବିଶ୍ୱକର୍ମା ରାକେଶ କୁମାର ରଣା, ନାଟ୍ୟ କଳାକାର ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ରମାକାନ୍ତ ଭଞ୍ଜ ,ଅମୂଲ୍ୟବାଳା ପଟ୍ଟନାୟକ ପ୍ରମୁଖ ସମ୍ବର୍ଦ୍ଧନା ପରିଚାଳନାରେ ସହଯୋଗ କରିଥିଲା ବେଳେ ସନ୍ଦିପନୀ ଗୁରୁକୂଳ ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ବରିଷ୍ଠ ଓକିଲ ପ୍ରକାଶ ବେଉରା ଧନ୍ୟବାଦ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟଅତିଥି ପ୍ରଦର୍ଶିତ ବିଭିନ୍ନ ଷ୍ଟଲକୁ ଉଦ୍ଦ୍ଘାଟନ କରି ପରିଦର୍ଶନ କରିଥିଲେ। ପରେପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories