www.samajalive.in
Saturday, December 6, 2025
23.1 C
Bhubaneswar

‘ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ଥିଲେ ଗୋପବନ୍ଧୁ’

ସାରନଗରୀ : ଆଜି ସଂଧ୍ୟାରେ ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ କୋଭିଡ଼ କଟକଣାରେ କାର୍ୟ୍ୟାଳୟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରିହର ବେହେରା, ସାମାଜିକ କର୍ମୀ ଚିତ ରଂଜନ ନନ୍ଦ, ସଂଜୟ ଦାସ, ଯୋଗ ଦେଇଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ, ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର କର୍ମକର୍ତା, ବିଦ୍ୟା ଷ୍ଟଡ଼ି ପଏଂଟର କର୍ମକର୍ତା ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗୋପବନ୍ଧୁ ଜଣେ ବୈରାଗୀ, ସନ୍ଥ, ମହାତ୍ମା ଓ ପୁଣ୍ୟାତ୍ମା ଥିଲେ । ତାଙ୍କୁ ଓଡିଶାର ଗାନ୍ଧି କୁହାଯାଉଥିଲା । ପଣ୍ଡିତ ଗୋପବନ୍ଧୁ ଦାସ ଓଡିଶାର ଜାତୀୟ ଜୀବନରେ ଏକ ତ୍ୟାଗପୁତ ଜୀବନାଦର୍ଶର ବୀଜବପନ କରିଛନ୍ତି । ସେ ଉତ୍କଳର ମହାନିଶାର ଧ୍ରୁବ ଜ୍ୟୋତି ଥିଲେ ବୋଲି ଅତିଥି ମାନେ ନିଜ ସୁଚିନ୍ତିତ ବକ୍ତବ୍ୟରେ ପ୍ରକାଶ କରିଥିଲେ ।  ଏହି ପରିପ୍ରେକ୍ଷୀରେ ଘରୋଇ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରା କହିଲେ ଯେ, କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀରେ ବିଦ୍ୟାର୍ଥୀଙ୍କ ଯୋଗଦାନ ସମ୍ଭବପର ହୋଇ ପାରିଲା ନାହିଁ । ଗୋପବନ୍ଧୁ କୋଟି ଓଡିଆର ମଉଡମଣି ଥିଲେ । ଶିକ୍ଷା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଅତୁଳନୀୟ ଥିଲା ।  ପଣ୍ଡିତ ଗୋପବନ୍ଧୁ ସତ୍ୟବାଦୀ ଠାରେ ଖୋଲା ମୁକ୍ତାକାଶ ତଳେ ବନ ବିଦ୍ୟାଳୟ ସ୍ଥାପନ କରି ନୂତନ କିର୍ତିମାନ ସୃଷ୍ଟି କରାଯାଇଥିଲା । ଗୋପବନ୍ଧୁଙ୍କ ଅବର୍ତମାନରେ ତାଙ୍କ ଆଦର୍ଶରେ ଆଜି ମଧ୍ୟ ଛାତ୍ର ସମାଜ ଅନୁପ୍ରାଣିତ ହେଉଛି ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି ଗୋପବନ୍ଧୁ ପ୍ରଗତି ପରିଷଦରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ପରିଷଦର ସଦସ୍ୟ ମାନେ କୋଭିଡ଼ କଟକଣା ଅନୁଯାୟୀ କାର୍ଯ୍ୟକ୍ରମ ପାଳନ କରି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ସମ୍ପାଦକ ସଂଜୟ ପରିଡ଼ା, ଅନୀଲ ମଲ୍ଲିକ, ଗଣପତି ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରାଯାଇ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍କୁଲ ପକ୍ଷରୁ ପ୍ରିନସପାଲ ରଣଜିତ ଟପ୍ପୋ, ଡିନ ଅରବିନ୍ଦ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories