www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସହିଦଙ୍କ ସମ୍ପର୍କରେ ମିଛ କହୁଛନ୍ତି ସରକାର; ସର୍ବସାଧାରଣରେ କ୍ଷମା ଦାବିକଲା ବିଜେପି

ଭୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍‍ ମାରିଛନ୍ତି। ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପଟେ କୋଭିଡ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଇ କମ୍‍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର ରାଜ୍ୟରେ କୋଭିଡ ପରିଚାଳନାକୁ ସଠିକ୍‍ ଢଙ୍ଗରେ ନକରି ରାଜନୈତିକ ଡ୍ରାମା କରିବା ଅତ୍ୟନ୍ତ ଅଶୋଭନୀୟ। ଖୋଦ୍‍ ମୁଖ୍ୟମନ୍ତ୍ରୀ କରୋନା ଯୁଦ୍ଧରେ ସହିଦ ହୋଇଥିବା ଲୋକଙ୍କ ନାଁ ରେ ମିଥ୍ୟା କହିବା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ବିଭ୍ରାନ୍ତିକର କଥା କହି କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ରାଜ୍ୟସରକାର ସହିଦ ୬୦ ଜଣ କୋଭିଡ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିବା ଏବଂ କେନ୍ଦ୍ରସରକାର କେବଳ ଜଣେ ସହିଦଙ୍କ ପରିବାରକୁ ସହାୟତା ଦେବା ପାଇଁ କହିଥିବା କଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା। ଏହି ତଥ୍ୟ ସଂପୂର୍ଣ୍ଣଭାବେ ଅମୂଳକ ଓ ଭିତିହୀନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା କି, ସହିଦ ପରିବାରଙ୍କୁ ରାଜ୍ୟସରକାର ସମ୍ମାନ ଦେବା ପରିବର୍ତେ ଏକ ମିଥ୍ୟା ତଥ୍ୟ ରଥି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ୩୦ ମାର୍ଚ୍ଚ୨୦୨୦ ରୁ ୮ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ରାଜ୍ୟସରକାର ୪୭ ଜଣ କୋଭିଡ ଯୋଦ୍ଧା ସହିଦ ହୋଇଛନ୍ତି ବୋଲି କେନ୍ଦ୍ରସରକାରଙ୍କୁ ତାଲିକା ପ୍ରଦାନ କରିଛନ୍ତି। ଏଥିରୁ ୪୧ ସହିଦ ପରିବାରଙ୍କୁ ଅନୁକଂପା ରାଶି ପ୍ରଦାନ ପାଇଁ ଇନସ୍ୟୁରାନ୍ସ ଭେରିଫିକେସନ ଚାଲିଥିବାବେଳେ ବାକି ୫ ଜଣ ସହିଦ୍‍ଙ୍କର କୌଣସି ତଥ୍ୟ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ରାଜ୍ୟସରକାର କେନ୍ଦ୍ରକୁ ପଠାଇ ନାହାଁନ୍ତି। ଏପର୍ଯ୍ୟନ୍ତ ଗଂଜାମ ଜିଲ୍ଲାର ଜଣେ ସହିଦ ଡାକ୍ତରଙ୍କ ପରିବାରକୁ କେନ୍ଦ୍ର ସରକାର ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟସରକାର ମିଥ୍ୟା ନକହି ତଥ୍ୟ ସମ୍ବଳିତ କଥା କୁହନ୍ତୁ। ରାଜ୍ୟସରକାର ସଠିକ୍‍ ତଥ୍ୟ ନଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସହିଦ ପରିବାରଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ନିନ୍ଦନୀୟ।

- Advertisement -

୨୧ଏପ୍ରିଲ ୨୦୨୦ରେ କୋଭିଡରେ ମୃତ୍ୟୁବରଣ କରିଥିବା ଆଗଧାଡିର ଯୋଦ୍ଧାଙ୍କୁ କେନ୍ଦ୍ରସରକାରଙ୍କ ସହାୟତା ପରେ ରାଜ୍ୟସରକାର ନିଜ ତରଫରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଜଣେ ବି ପରିବାର କାହିଁକି ଏହି ଅନୁକଂପା ରାଶିରୁ ବଂଚିତ ଅଛନ୍ତି ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ। ସେହିପରି ୨୮ ଜୁଲାଇରେ ୨୦୨୦ରେ କୋଭିଡରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ମୃତକଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଏବଂ ୫୦୦୦ଟଙ୍କା ମାସିକ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏହା ଭିତରେ ୨ ମାସ ବିତିଥିଲେ ବି ଏଯାବତ୍‍ କୌଣସି ଯୋଦ୍ଧାଙ୍କ ପରିବାରକୁ ଟଙ୍କାଟିଏ ବି ମିଳିନାହିଁ। ମୁଖ୍ୟମନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ମୃତକ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ସହାୟତା ଦେଉନାହାଁନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

କୋଭିଡ ନିୟନ୍ତ୍ରଣରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ବ୍ୟାପକ ସହାୟତା ଯୋଗାଇଦେଇଥିବା ସମୟରେ ରାଜ୍ୟସରକାର ଏହି ଅନୁଦାନକୁ ବିନିଯୋଗ କରିପାରିନାହାଁନ୍ତି। କେନ୍ଦ୍ରସରକାର ୫୬୭ଟି ଭେଣ୍ଟିଲେଟର ଯୋଗାଇଥିବାବେଳେ ରାଜ୍ୟରେ ମାତ୍ର ୧୪୭ରୁ ୧୫୦ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହେଉଛି। ରାଜ୍ୟସରକାର ଭେଣ୍ଟିଲେଟରଗୁଡିକୁ କାର୍ଯ୍ୟକ୍ଷମ କରାଇଲେ ଆଇ.ସି.ୟୁ ବେଡ୍‍ ବୃଦ୍ଧିପାଇବ ଏବଂ ଗୁରୁତର କରୋନା ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳିଲେ କୋଭିଡ ମୃତ୍ୟୁହାର କମିବ। ଏଣୁ ରାଜ୍ୟସରକାର ନିଜ ଦାୟିତ୍ୱ ସଠିକ୍‍ ଢଙ୍ଗରେ ତୁଲାଇବା ପାଇଁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟସରକାର ପ୍ରଫେସନାଲ ରୁଦାଲି ଭାବେ ବିଳାପ କରୁଛନ୍ତି। ସରକାର ନିଜର ଦାୟିତ୍ୱ ଭୁଲି ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି। ଅନ୍ୟରାଜ୍ୟରେ ବ୍ୟାପକ କୋଭିଡ ଟେଷ୍ଟିଂ ହେଉଛି କିନ୍ତୁ ରାଜ୍ୟରେ ସେତିକି ଟେଷ୍ଟିଂ କରାଯାଉନାହିଁ କାହିଁକି? ଆଜି ସୁଦ୍ଧା ପଡୋଶୀ ଆନ୍ଧ୍ରପ୍ରଦେଶରେ ୬୩ ଲକ୍ଷ, କର୍ଣ୍ଣାଟକରେ ୬୦ଲକ୍ଷ, ତାମିଲନାଡୁରେ ୮୦ଲକ୍ଷ, ଉତରପ୍ରଦେଶରେ ୧ କୋଟି ୩୦ ଲକ୍ଷ ଏବଂ ବିହାରରେ ୮୧ ଲକ୍ଷ ଟେଷ୍ଟିଂ ସରିଥିବାବେଳେ ଓଡିଶାରେ ମାତ୍ର ୩୬ ଲକ୍ଷ ଟେଷ୍ଟିଂ କରାଯାଇଛି। ଏଥିରୁ ଜଣାପଡୁଛି କି, ରାଜ୍ୟସରକାର କୋଭିଡ ଟେଷ୍ଟିଂ, ଉନ୍ନତ ମାନର ଚିକିତ୍ସା ଯୋଗାଇବା ଏବଂ ମୃତ୍ୟୁହାର କମ୍‍ କରିବା ପାଇଁ ଆଦୌ ଚିନ୍ତିତ ନୁହଁନ୍ତି।
ବିଗତ ଦିନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ବିଭିନ୍ନ ଘୋଷଣାକୁ ରାଜ୍ୟସରକାର ତୁରନ୍ତ ରାଜ୍ୟରେ ଲାଗୁ କରନ୍ତୁ। ଏହା ସହ ନିଜ ଭୂଲକୁ ରାଜ୍ୟସରକାର ସ୍ୱୀକାର କରି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ। ଆଗାମୀ ଏକ ସପ୍ତାହ ଭିତରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶୃତି ରକ୍ଷା କରି ରାଜ୍ୟସରକାରଙ୍କ ତରଫରୁ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅତିରିକ୍ତ ୫୦ଲକ୍ଷ ଟଙ୍କାର ସହାୟତା ଦେବା ସହ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସର ସହାୟତା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories