www.samajalive.in
Thursday, December 11, 2025
14.1 C
Bhubaneswar

ଉତ୍କଳମଣିଙ୍କୁ ଭାରତରତ୍ନ ପ୍ରଦାନ ଦାବି

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ପାଇଁ ଉତ୍କଳ ମହିଳା ସମିତି ପକ୍ଷରୁ ଦାବି କରାଯାଇଛି। ସୋମବାର ଅପରାହ୍ଣରେ ସଭାନେତ୍ରୀ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଗୋପବନ୍ଧୁ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ, ଯେ କି ସମାଜସେବା ଏବଂ ରାଜନୀତି କ୍ଷେତ୍ରରେ ନିଜର ତ୍ୟାଗ, ନିଷ୍ଠା ଓ ଚିନ୍ତାଧାରାରେ ସର୍ବପ୍ରଥମେ ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ। ଜାତି ଓ ସ୍ୱାର୍ଥଭେଦ ନ ରଖି ଜୀବନର ଶେଷ ପର୍ଯ୍ୟନ୍ତ, ଏମିତିକି ନିଜ ପରିବାରର ଦୁର୍ଦ୍ଦିନରେ ମଧ୍ୟ ସେ ସେବା କାର୍ଯ୍ୟରେ ଲିପ୍ତ ରହିଥିଲେ।
ଦୀନ ଦରିଦ୍ର ଏବଂ ଅସହାୟ ଓଡ଼ିଶାବାସୀଙ୍କ ଲୁହ ପୋଛିଥିବା ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଯୋଗୁଁ ରାଜ୍ୟବାସୀ ଦୀନବନ୍ଧୁ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ଆଖ୍ୟାରେ ଅଭିସିକ୍ତ କରିଥିଲେ। ଗାନ୍ଧିଜୀ ଦେଶର ମହାତ୍ମା ହେଲେ, ପଣ୍ଡିତ ଗୋପବନ୍ଧୁ ଦାସ ପୁଣ୍ୟାତ୍ମା; ତେଣୁ ଏହି ଯୋଗଜନ୍ମା ପୁରୁଷଙ୍କୁ ‘ଭାରତରତ୍ନ’ ଉପାଧିରେ ଭୂଷିତ କରିବା ପାଇଁ ସମିତିର ସଭ୍ୟାମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ବୈଠକରେ ଡଃ. ରେଣୁବାଳା ଜେନା, ଡଃ. ମୀନାକ୍ଷୀ ପଣ୍ଡା, ସମ୍ପାଦିକା ପଙ୍କଜ ବାସିନୀ ମହାନ୍ତି, ସନ୍ଧ୍ୟାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories