www.samajalive.in
Wednesday, December 10, 2025
26.1 C
Bhubaneswar

ବିଜ୍ଞାନର ବିକାଶ ଦ୍ୱାରା ଦାରିଦ୍ର୍ୟ ହଟିବ: ଗଡ଼କରୀ

ଲକ୍ଷ୍ନୌ : ଦେଶର ଅର୍ଥନୀତିକୁ କୃଷିର ବିକାଶ ସହ ଯୋଡିବାକୁ ପଡିବ। ସ୍ୱାଧୀନତାର ସାତ ଦଶନ୍ଧି ସତ୍ତ୍ବେ କୃଷି କ୍ଷେତ୍ରକୁ ଜିଡିପିର ଅବଦାନ ଉତ୍ସାହପ୍ରଦ ନୁହେଁ। ଜଳସେଚନ, ଉତ୍ପାଦନକ୍ଷମ ବିହନ, କୀଟନାଶକ ଓ ସାର ଯୋଗାଣ କ୍ଷେତ୍ରରେ ଅନେକ ସମସ୍ୟା ରହିଛି। ଏହାକୁ ସୁଧାରିବା ସହିତ ସମାଜରେ ଏକ ଦୀର୍ଘସ୍ଥାୟୀ ବିକାଶ ଲାଗି ବିଜ୍ଞାନ ଓ କାରିଗରୀ କୌଶଳ କ୍ଷେତ୍ରରେ ଅଧିକ ଗବେଷଣା ଓ ଅନୁସନ୍ଧାନ କରିବାକୁ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ, ଜାତୀୟ ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତୀନ ଗଡକରୀ।
ଉତ୍ତର ପ୍ରଦେଶର  ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ୪ର୍ଥ ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବର ଉଦ୍‍ଯାପନୀ ଦିବସରେ ଯୋଗଦେଇ ଶ୍ରୀ ଗଡକରୀ କହିଲେ, ଗରିବ ହଟାଇବା ପାଇଁ ଏବେ ବି ସ୍ଲୋଗାନ ଚାଲିଛି। ବାସ୍ତବରେ ଗରିବୀ ହଟାଇବାକୁ ହେଲେ ବିଜ୍ଞାନର ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆଦିବାସୀ ଜନସଂଖ୍ୟାର ଅର୍ଥନୀତିକୁ ବଳିଷ୍ଠ କରିବା ସହ ବୈଜ୍ଞାନିକ ପଦ୍ଧତିରେ ଜୈବିକ କୃଷିକୁ ଗୁରୁତ୍ୱ ଦେବାକୁ ପଡିବ। ବିକାଶକୁ ସାମଗ୍ରୀକ କରିବା ପାଇଁ ଆଦିବାସୀ ବହୁଳ ଅଞ୍ଚଳରେ ଯାତ୍ରୋଟା, ଶାଳ ଓ କରଞ୍ଜ ଭଳି କ୍ଷେତ୍ରରୁ ଅଧିକରୁ ଅଧିକ ଜୈବ ଇନ୍ଧନ ଉତ୍ପାଦନ କରିବାକୁ ହେବ। ଆଖୁରୁ ଗୁଡ ଓ ଚିନି ଉତ୍ପାଦନ ପରେ ବାୟୋଟେକ୍ନାଲୋଜି ପଦ୍ଧିତରେ ଏହାର ଅବଶେଷରୁ ଇଥାନଲ ଉତ୍ପାଦନ କରାଯାଇପାରିବ। ବାଉଁଶ ଓ ଘାସ ଚାଷକୁ ଆଦିବାସୀ ଅଞ୍ଚଳରେ ଗୁରୁତ୍ୱ ଦିଆଗଲେ ସେଥିରୁ ଆମେ କାଗଜ ସହିତ ଜୈବଇନ୍ଧନ ଅଧିନ ପରିମାଣ ଉତ୍ପାଦନ କରାଯାଇ ପାରିବ। ନିକଟରେ ଜୈବ ଇନ୍ଧନ ସହାୟତାରେ ବିମାନ ଚଳାଇବା ସମ୍ଭବ ହୋଇଛି। ସମ୍ପ୍ରତି ୮୨ପ୍ରତିଶତ ଅଶୋଧିତ ଜୀବାସ୍ମ ଇନ୍ଧନ ଭାରତକୁ ଆମଦାନୀ କରିବାକୁ ପଡୁଛି। ଏଥିଯୋଗୁଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ବାୟୋଟେକ୍ନୋଲୋଜି ମାଧ୍ୟମରେ ଉତ୍ପାଦିତ ଇଥାନଲ ଲିଟର ପ୍ରତି ୫୦ଟଙ୍କା, ମିଥାନଲ ୨୦ଟଙ୍କା ଓ ଇଲେକ୍ଟ୍ରିସିଟି ୟୁନିଟ୍‍ ପ୍ରତି ୨ଟଙ୍କା ପଡୁଛି। ଯଦି କୃଷି ଭିତ୍ତିକ ଉତ୍ପାଦନକୁ ବଢାଯିବା ସହ ତା’ର ଅବଶେଷକୁ ଜୈବ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ଅଧିକ ପ୍ରୟୋଗ କରାଗଲେ, ଭାରତ କେବଳ କୃଷି ନୁହେଁ, ଇନ୍ଧନ ଚାହିଦା କ୍ଷେତ୍ରରେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବ ବୋଲି ସେ କହିଥିଲେ। ସୌରଶକ୍ତିି ସହ ଆଣବିକ ଶକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଲେ, ଜୟ ଜବାନ, ଜୟ କିଶାନ ଓ ଜୟ ବିଜ୍ଞାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜୟ ଅନୁସନ୍ଧାନର ସ୍ଲୋଗାନ ଦେଇଛନ୍ତି। ଗବେଷଣା ଓ ଅନୁସନ୍ଧାନ ଯୋଗୁଁ ଦେଶର ଦାରିଦ୍ର୍ୟ ହଟାଯାଇପାରିବ ବୋଲି ସେ କହିଥିଲେ। ଉତ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଦିନେଶ ଶର୍ମା କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ବରିଷ୍ଠ ଉପଦେଷ୍ଟା ପ୍ରଫେସର ରେଣୁ ସ୍ୱରୁପ ଓ ଯୁଗ୍ମ ସଚିବ ଡଃ ସି.ପି. ଗୋଏଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ୪ଦିନିଆ ବିଜ୍ଞାନ ମହୋତ୍ସବରେ ୨୦ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ, ବୈଜ୍ଞାନିକ, ବୁଦ୍ଧଜୀବୀ ଭାଗ ନେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories