www.samajalive.in
Monday, December 8, 2025
27.1 C
Bhubaneswar

କମିବ ଇନ୍ଧନ ଓ ଦୁର୍ଘଟଣା ଓଡ଼ିଆ ଛାତ୍ରଙ୍କ ଭି-ପାୱାର ମଡେଲ

ଭୁବନେଶ୍ବର ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲର ଦ୍ବାଦଶ ଶ୍ରେଣୀ ଛାତ୍ର ସାର୍ଥକ ସୌରଭ। ୪ର୍ଥ ଭାରତ ଅନ୍ତର୍ରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ତାଙ୍କ ଦ୍ବାରା ପ୍ରଦର୍ଶିତ ଭି-ପାୱାର (ଭାଲ୍ୟୁ ପାୱାର) ଥିଲା ବେଶ୍‌ ଆକର୍ଷଣୀୟ ତଥା ସମୟ ଉପଯୋଗୀ। ଆଜିର ଦିନରେ ଇନ୍ଧନର ଅଭାବ ଓ ସଡ଼କ ଦୁର୍ଘଟଣାକୁ ନେଇ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ସେ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ମଡେଲ ଯାହା କେବଳ ବାଇକ୍‌ କିମ୍ବା କାର୍‌ର ଗତି ହ୍ରାସ କରିବ ନାହିଁ; ବରଂ ଇଞ୍ଜିନର ସଂଚାଳିତ ବୋର ପିଷ୍ଟନକୁ ଦୀର୍ଘସ୍ଥାୟୀ କରିବା ସହ ଇନ୍ଧନ ଖର୍ଚ୍ଚକୁ ମଧ୍ୟ କମାଇପାରିବ। କେବଳ ସେତିକୁ ନୁହେଁ ରାସ୍ତାରେ ଚାଲୁଥିବା ଏହି ଯାନକୁ କିଭଳି ଜଣେ ନିଜ ଘରେ ବସି ମୋବାଇଲ ଆପ୍ସ ଜରିଆରେ ନିୟନ୍ତ୍ରଣ କରିପାରିବ ଏବଂ ଏହାର ବେଗ ଓ ଗତିକୁ ମଧ୍ୟ କମାଇ-ବଢ଼ାଇ ପାରିବ, ସେଭଳି ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।
ସୌରଭଙ୍କ ଏହି ପ୍ରକଳ୍ପରେ ରହିଛି ୬ଟି ପିଷ୍ଟନ୍‌ ଚାଳିତ ଏକ ଇଞ୍ଜିନ। ପ୍ରତିଟି ପିଷ୍ଟନର କ୍ଷମତା ୫୦ ସିସି, ଅର୍ଥାତ୍‌ ମୋଟ ୩୦୦ ସିସିର ଏହି ଇଞ୍ଜିନ ଏକ ପ୍ରୋଟୋଟାଇପ୍‌ ମଡେଲ। ଏହି କ୍ଷମତାକୁ ଅଧିକ ମଧ୍ୟ ବଢ଼ାଯାଇପାରିବ। ଏହାକୁ ପ୍ରଥମେ ଷ୍ଟାର୍ଟ କରିବା ପରେ ଗାଡ଼ିର ଆକ୍ସିଲେଟର କମାଇବା ଓ ବଢ଼ାଇବା ଦ୍ବାରା ସାଧାରଣ ଗାଡ଼ି ଭଳି ଏହାର ସମସ୍ତ ପିଷ୍ଟନ କାର୍ଯ୍ୟକ୍ଷମ ନ ହୋଇ ଆବଶ୍ୟକ ଗତି ଅନୁଯାୟୀ ଗୋଟିଏ ଗୋଟିଏ ପିଷ୍ଟନ କାର୍ଯ୍ୟକ୍ଷମ ହୋଇଥାଏ। ଯାହାକି ଗତି ଅନୁଯାୟୀ ଇନ୍ଧନ ବ୍ୟୟ ହ୍ରାସ କରିବା ସହ ଅବଶିଷ୍ଟ ପିଷ୍ଟନଗୁଡ଼ିକ ବିଶ୍ରାମ ମୋଡ୍‌ରେ ରହିଥାନ୍ତି ଏବଂ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପୁଅ କିମ୍ବା ଝିଅକୁ ଏଭଳି ଯାନ ଦେଇ ଘରେ ପିତାମାତା ଏହାର ଗତିବିଧିକୁ ମୋବାଇଲ ଜରିଆରେ ଅନୁଧ୍ୟାନ କରିବା ସହ ସେ କୌଣସି ସ୍ଥାନରୁ ମୋବାଇଲ ଆପ୍ସ ଜରିଆରେ ଏହାର ଗତି କମାଇପାରିବେ। ଏଥିପାଇଁ ତାଙ୍କ ମୋବାଇଲ୍‌ରେ ଜିପିଏସ୍‌ ସମ୍ବଳିତ ଏକ ଆପ୍ଲିକେସନକୁ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ସୌରଭଙ୍କ ଏହି ମଡେଲ ସବୁ ପ୍ରକାର ଯାନରେ ଲଗାଯାଇପାରିବ। କେବଳ କିଛି ବୈଦ୍ୟୁତିକ ଯନ୍ତ୍ରପାତି ଏଥିରେ ଅତିରିକ୍ତ ଖଞ୍ଜିବାକୁ ପଡ଼ିବ ଏବଂ ଯାହାର ଖର୍ଚ୍ଚ ମାତ୍ର ୨ ହଜାର ଟଙ୍କା ବୋଲି ସେ କହିଛନ୍ତି। ସାର୍ଥକ ସୌରଭଙ୍କ ଏହି ମଡେଲ ଦ୍ବାରା ଦୁର୍ଘଟଣା ହ୍ରାସ, ଇନ୍ଧନ ସୁରକ୍ଷା ଏବଂ ସର୍ବୋପରି ପ୍ରଦୂଷଣକୁ ମଧ୍ୟ କମାଯାଇପାରିବ ବୋଲି କୁହନ୍ତି ତାଙ୍କ ମଡେଲ ମେଣ୍ଟର ତନ୍ମୟ ନାୟକ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories