ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର:ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର’ ପୁସ୍ତକ ଲୋକାର୍ପଣ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ.ଅଭୟ କୁମାର ନାୟକ, ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଐତିହାସିକ ବିଷ୍ଣୁ ସେଠୀ, ହରିହର କାନୁନଗୋ, ଅନୁସୟା ନାଥ, ଅଭୟ ସୂତାର, ରକ୍ଷକ ନାୟକ, ତୁଳସୀରାମ ଜଗତ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.