www.samajalive.in
Monday, December 8, 2025
16.1 C
Bhubaneswar

ସାମ୍ବାଦିକଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା: ନିର୍ଦେଶନାମା ପ୍ରତ୍ୟାହୃତ ଦାବିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା ନେଇ ଜାରି ନର୍ଦ୍ଦେଶନାମା ପ୍ରତ୍ୟାହୃତ ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ନେଇ ସାରା ରାଜ୍ୟର ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପ୍ରକାଶ ପାଇଥିବା ତୀବ୍ର ପ୍ରତିକ୍ରିୟା ସମ୍ପର୍କରେ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସାମ୍ବାଦିକମାନଙ୍କ ବୃତ୍ତିଗତ ସ୍ୱାଧୀନତା ସମ୍ପର୍କରେ ରାଜ୍ୟ ସରକାର ସର୍ବାଦୌ ସଚେତନ ଅଛନ୍ତି ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ନିର୍ଦ୍ଦେଶନାମାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଯଥାଶୀଘ୍ର ଦୂର ହେବ ତଥା ଏ ସଂକ୍ରାନ୍ତରେ ଏକ ସାନି ନିର୍ଦ୍ଦେଶନାମା ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଆଲୋଚନା କାଳରେ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କଲା ଭଳି ଏଭଳି ନିର୍ଦ୍ଦେଶନାମା ଅବିଳମ୍ବେ ପ୍ରତ୍ୟାହାର ନହେଲେ ସମଗ୍ର ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ବରିଷ୍ଠ ନେତା ବେଣୁଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ, ବିମଳ କୁମାର ଭଞ୍ଜଦେଓ, ରାଜେନ ଚୌଧୁରୀ, ପ୍ରସନ୍ନ ତ୍ରିପାଠୀ, ପ୍ରତାପ ପ୍ରଧାନ, ବୈଷ୍ଣବ ଚରଣ ଜେନା, ଭରତ ବେହେରା, ନବୀନ ଦାସ ପ୍ରମୁଖ ସମ୍ମିଳିତ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories