www.samajalive.in
Tuesday, December 9, 2025
16.1 C
Bhubaneswar

ଡ଼ାଲଚିନିର ଔଷଧୀୟ ଗୁଣ : ଓଜନ ହ୍ରାସ ଠାରୁ ଆରମ୍ଭ କରି ଦୂର କରେ ଅନେକ ସମସ୍ୟା..

ଡ଼ାଲଚିନିର ସେବନ କରିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ। ମଧୁମେହ, କୋଲେଷ୍ଟେରୋଲ୍‌‌  , ମୁହଁର ର୍ଦୁଗନ୍ଧ, ମାଇଗ୍ରେନର ଯନ୍ତ୍ରଣାକୁ ଦୂର କରିଥାଏ।

ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡ଼ାଲଚିନିକୁ ଗୁଣ୍ଡ କରି ଏହାର ଲେପକୁ ମଥାରେ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ହାଲକା ଉଷୁମ ପାଣିରେ ମଥାକୁ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ନିୟମିତ କରିବା ଦ୍ୱାରା ମାଇଗ୍ରେନରୁ ମୁକ୍ତି ମିଳିଥାଏ। ଏହାସହ ଡ଼ାଲଚିନି ଗୁଣ୍ଡକୁ ଖାଇ ପାଣି ପିଇବା ଦ୍ୱାରା ମଧ୍ୟ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

- Advertisement -

ଓଜନ ହ୍ରାସ କରିବା ପାଇଁ ଡ଼ାଲଚିନି ବେଶ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ବିଶେଷଜ୍ଞଙ୍କ ମତରେ ଶୀତ ଦିନେ ଏହା ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ।
ସଠିକ ମାତ୍ରାରେ ଭୋକ ହେବା, ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।
ନିୟମିତ ପାଣିରେ ଡ଼ାଲଚିନି ପକାଇ ଚା’ ପ୍ରସ୍ତୁତ କରନ୍ତୁ। ଏଥିରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ। ଏହା ଓଜନ ହ୍ରାସ କରିଥାଏ।
ନିଜ ଜୁସରେ ଡ଼ାଲଚିନି ଗୁଣ୍ଡ ପକାଇ ପିଇବା ଦ୍ୱାରା ମଧ୍ୟ ଓଜନ ହ୍ରାସରେ ସହାୟକ ହୋଇଥାଏ।

ଯେଉଁମାନଙ୍କର ଗଣ୍ଠି ଦରଜ ଓ ଅସ୍ଥି ଦୁର୍ବଳତା ସମସ୍ୟା ରହିଛି ସେମାନେ ପ୍ରତିଦିନ କ୍ଷୀର ସହ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଉଚିତ। ଏହା କର୍କଟ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରଖେ। ଏହାକୁ ପିଇବା ଦ୍ବାରା ଗଳାର ସମସ୍ତ ସମସ୍ୟା ଦୂର ହୋଇଥାଏ।

ଡାଲଚିନି ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ​‌​‌କେଶର ସମସ୍ୟାରୁ ମୁକ୍ତି ମିଳିଥାଏ। ମଧୁମେହ ରୋଗୀମାନେ ନିୟମିତ କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଉଚିତ। କାରଣ ଏହା ସେମାନଙ୍କ ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ଭଲ ନିଦ ହେବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଅନ୍ତୁ। ଡାଲଚିନି ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ବୃଦ୍ଧି ପାଇଥାଏ। ଏହାକୁ ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories