ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ ଘଟଣା; ଅଭିଯୁକ୍ତ ବାପା ପୁଅ ଗିରଫ

0

କଟକ: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ ମାରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ଗୋଟିଏ ପୁଅକୁ ପୁଲିସ ଆଜି ଗିରଫ କରିଛି । ଆଜି ସକାଳେ ପୁଲିସ ବାପା ଓ ପୁଅଙ୍କୁ ଅଟକ ରଖି ପଚାରଉଚରା କରୁଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଘଟଣାରେ ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭର ଗିରଫ ହୋଇଥିଲେ । ଗତକାଲି ଉଷସୀ ମିଶ୍ର ସହ ସିନେ କଳାକାର ସଂଘ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ଅଭିଯୁକ୍ତ ଇନ୍ଦ୍ରମଣିଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତିରେ ଉଷସୀ ଯାତ୍ରାରେ ଅଭିନୟ କରିବାକୁ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗାଁକୁ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଥିଲେ। ଭିଡ ମଧ୍ୟରେ ଇନ୍ଦ୍ରମଣି ଉଷସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଉଭୟଙ୍କ ମଧ୍ୟରେ ମାଡଗୋଳ ହୋଇଥିଲା ।

Leave A Reply