www.samajalive.in
Saturday, December 6, 2025
15.1 C
Bhubaneswar

ଆମେରିକାର ପ୍ଲାନ-୧୮: ଭାରତ ସହ ମିଶି ଚୀନକୁ ଶିକ୍ଷା ଦେବାକୁ ଯୋଜନା

ୱାଶିଂଟନ: କରୋନା ସଂକ୍ରମଣ ସହିତ ଲଢୁଥିବା ଆମେରିକାରେ ଚୀନ ବିରୋଧୀ ଆକ୍ରୋଶ ଚରମ ସ୍ତରରେ ପହଞ୍ଚିଛି। ଭାରତ ସହିତ ମିଶି ଚୀନକୁ ଶିକ୍ଷା ଦେବା ଲାଗି ଆମେରିକା ଯୋଜନା କରିଛି। ଏଥିପାଇଁ ପ୍ଲାନ-୧୮ ପ୍ରସ୍ତୁତ କରିଛି ଆମେରିକା। ଚୀନ ଦ୍ବାରା ତଥ୍ୟ ଲୁଚାଯିବା ଏବଂ କରୋନାର ଉତ୍ପତ୍ତିସ୍ଥଳ ଜାଣିବା ଲାଗି ଆମେରିକା ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତରେ ସହଯୋଗ ନ କରିବା ଅଭିଯୋଗରେ ଆମେରିକା ଏହି ପଦକ୍ଷେପ ନେଇଛି। ଆମେରିକାର ବରିଷ୍ଠ ସାଂସଦ ଥୋମ୍‌ ଟିଲିସ ମହାମାରୀର କାରଣ ସାଜିଥିବା ଚୀନର ମିଛ, ପ୍ରତାରଣା ଏବଂ ତଥ୍ୟଗୁଡ଼ିକୁ ଗୋପନ ରଖିବାକୁ ଉଦ୍ୟମ ପାଇଁ ଚୀନକୁ ଦାୟୀ କରିବା ଲାଗି ପ୍ଲାନ-୧୮ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାନ-୧୮ ହେଉଛି ଏକ ୧୮ ସୂତ୍ରୀ ଯୋଜନା। ଭାରତ ସହିତ ସୈନ୍ୟ ସମ୍ପର୍କ ବଢ଼ାଇବା ଏହି ଯୋଜନାର ମୂଳ ଅଂଶ।

ପ୍ଲାନ-୧୮ରେ ଥିବା ପରାମର୍ଶଗୁଡିକ ମଧ୍ୟରେ ଚାଇନାରୁ ଉତ୍ପାଦନ ଶୃଙ୍ଖଳା ହଟାଇବା ଏବଂ ଭାରତ, ଭିଏତନାମ ଏବଂ ତାଇୱାନ ସହିତ ସାମରିକ ସମ୍ପର୍କକୁ ମଜବୁତ କରିବା ଅନ୍ତର୍ଭୁକ୍ତ। ଟିଲିସ ନିଜର ପ୍ଲାନ-୧୮କୁ ଉପସ୍ଥାପନ କରି କହିଛନ୍ତି, ଚୀନ ସରକାର ଖରାପ ଉଦ୍ଦେଶ୍ୟ ରଖି କରୋନାକୁ ଲୁଚାଇ ଏକ ବିଶ୍ୱସ୍ତରୀୟ ମହାମାରୀ ବିସ୍ତାର କରିଛନ୍ତି, ​​ଯାହା ହଜାର ହଜାର ଆମେରିକୀୟଙ୍କ ପାଇଁ ବିପର୍ଯ୍ୟୟ ପାଲଟିଛି। ଏହା ହେଉଛି ଚୀନର ସେହି ଶାସନ, ଯାହା ନିଜ ନାଗରିକମାନଙ୍କୁ ଶ୍ରମ ଶିବିରରେ ବନ୍ଦ କରି ରଖେ, ଆମେରିକାର ଟେକ୍ନୋଲୋଜି ଏବଂ ଚାକିରି ଚୋରି କରେ ଏବଂ ଆମର ସହଯୋଗୀମାନଙ୍କ ସର୍ବଭୌମତ୍ଵ ପ୍ରତି ବିପଦ ସୃଷ୍ଟି କରେ। ସେ କହିଛନ୍ତି, ଆମେରିକା ଏବଂ ସମଗ୍ର ସ୍ୱାଧୀନ ବିଶ୍ୱ ପାଇଁ ଏହା ଏକ ବଡ଼ ଚେତାବନୀ। ମୋର କାର୍ଯ୍ୟ ଯୋଜନା ‘ପ୍ଲାନ-୧୮’ ଚୀନ୍ ସରକାରଙ୍କୁ କୋଭିଡ-୧୯ ବିଷୟରେ ମିଥ୍ୟା କହିବା ପାଇଁ ଦାୟୀ କରିବ। ଆମେରିକାର ଅର୍ଥବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ଏବଂ ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖି ଚୀନ ସରକାରକୁ ପ୍ରତିବନ୍ଧିତ କରିବ।

- Advertisement -

ଟିଲିସ ଭାରତ, ତାଇୱାନ ଏବଂ ଭିଏତନାମକୁ ଷ୍ଟେଟ୍‌ ଅଫ୍‌ ଦ ଆର୍ଟ ସୈନ୍ୟ ଉପକରଣ ବିକ୍ରିକୁ ମଞ୍ଜୁରୀ ଦେବାକୁ ଦାବି କରିଛନ୍ତି। ଜାପାନ, ଦକ୍ଷିଣ କୋରିଆକୁ ସେନା ପୁନର୍ଗଠନ ଏବଂ ଘାତକ ସୈନ୍ୟ ଉପକରଣ ଲାଗି ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି। ଟିଲିସ ନିଜ ପ୍ଲାନ-୧୮ରେ ଚୀନରେ ଥିବା ସମସ୍ତ ଆମେରିକୀୟ ମାନୁଫାକ୍ଚରିଂ କମ୍ପାନୀକୁ ନିଜ ଦେଶକୁ ଫେରାଇ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କୌଣସି  ସାମଗ୍ରୀ ଲାଗି ଚୀନ ଉପରେ ନିର୍ଭରଶୀଳତା ଶେଷ କରିବାକୁ କହିଛନ୍ତି। ଚୀନ ଯେପରି ଆମେରିକାର ପ୍ରଯୁକ୍ତିବିଦ୍ୟା ଚୋରି କରୁଛି ତାହାକୁ ମଧ୍ୟ ରୋକିବାକୁ ହେବ। ଟିଲିସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ନିଜର ସହଯୋଗୀ ଦେଶଗୁଡ଼ିକୁ ମଧ୍ୟ ଚୀନ ଉପରେ ଏଭଳି ପ୍ରତିବନ୍ଧକ ଲଗାଇବାକୁ କୁହନ୍ତୁ। ଫଳରେ ଚୀନକୁ ତାର ଭୁଲ୍‌ ପାଇଁ ଦଣ୍ଡ ମିଳିପାରିବ। ଆମେ ମିଳିମିଶି ଚୀନ ହ୍ୟାକର୍ସଙ୍କୁ ବି ରୋକିବା ଏବଂ ନିଜ ସାଇବର ସୁରକ୍ଷାକୁ ମଜଭୁତ କରିବା ବୋଲି ଟିଲିସ ପ୍ଲାନ-୧୮ରେ ଦର୍ଶାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories