www.samajalive.in
Saturday, December 6, 2025
14.1 C
Bhubaneswar

ଦକ୍ଷିଣ ଚୀନ ସାଗରରେ ଆମେରିକୀୟ ନୌସେନାର ସମରାଭ୍ୟାସ

ମନିଲା: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକୀୟ ନୌସେନା ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ କରିଛି। ଦକ୍ଷିଣ ଚାଇନା ସାଗରର ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ଆମେରିକା ସମର୍ଥନ କରିଆସୁଥିବାବେଳେ ଏବେ ଏଠାରେ ଡୁଆଲ କ୍ୟାରିୟର ଅପରେଶନ ଚଳାଇଛି। ଲଦାଖରେ ଚୀନ ସହିତ ଭାରତର ସୀମା ବିବାଦକୁ ନେଇ ଉତ୍ତେଜନା ଜାରି ରହିଥିବା ସମୟରେ ଆମେରିକା ଏହି ପଦକ୍ଷେପ ନେଇ ଭାରତକୁ ନିଜର ସମର୍ଥନ ଜଣାଇଛି।

ଆମେରିକାର ଆକ୍ରେଡିଶନ ଇନ୍‌ ପବ୍ଲିକ ରିଲେଶନ ଆଣ୍ଡ ମିଲିଟାରୀ ପବ୍ଲିକ ଆଫେୟାର୍ସ ଅଧିକାରୀ ଲ୍ୟୁଟନାଣ୍ଟ କମାଣ୍ଡର ଶନ୍‌ ବ୍ରୋଫି କହିଛନ୍ତି, ୟୁଏସଏସ ନିମିଜ(ସିଭିଏନ ୬୮) ଏବଂ ୟୁଏସଏସ ରୋନାଲ୍ଡ(ସିଭିଏନ ୭୬) ଦକ୍ଷିଣ ଚୀନ ସାଗରରେ ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ସମର୍ଥନ କରି ଅଭ୍ୟାସ କରୁଛି। ସୂଚନାଯୋଗ୍ୟ, ନିକଟରେ ଚୀନ ସୈନ୍ୟର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁହଁତୋଡ୍‌ ଜବାବ ଦେବା ଏବଂ ଭାରତ ସମେତ ଏସୀୟ ଅଞ୍ଚଳରେ ଅନ୍ୟ ଦେଶଗୁଡ଼ିକୁ ସମର୍ଥନ କରିବା ଲାଗି ଆମେରିକା ନିଜର ସୈନିକଙ୍କୁ ୟୁରୋପରୁ ସ୍ଥାନାନ୍ତର କରି ଏସୀୟ ଅଞ୍ଚଳରେ ମୁତୟନ କରିଛି। ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି ଯେ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକୁ ଚୀନଠାରୁ ବିପଦ ଥିବାରୁ ଆମେରିକା ୟୁରୋପରୁ ନିଜର ସୈନ୍ୟବଳଙ୍କୁ ସ୍ଥାନାନ୍ତର କରି ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories