www.samajalive.in
Saturday, December 6, 2025
23.1 C
Bhubaneswar

ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କୁ ଟ୍ରମ୍ପଙ୍କ ପରାମର୍ଶ

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଜରିଆରେ ଆଲୋଚନା ବେଳେ ଟ୍ରମ୍ପ ପୁଟିନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ୟୁରୋପରେ ଆମେରିକା ସେନାର ଉପସ୍ଥିତି ରହିଥିବାରୁ ଯୁଦ୍ଧକୁ ଆଗକୁ ନ ବଢ଼ାଇବାକୁ ସେ ପୁଟିନଙ୍କୁ କହିଛନ୍ତି। ବୁଧବାର ଦିନ ଟ୍ରମ୍ପ ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କିଙ୍କ ସହିତ କଥା ହେବା ପରେ ଗୁରୁବାର ପୁଟିନଙ୍କ ସହିତ କଥା ହୋଇଥିଲେ।

ଅନ୍ୟପଟେ ଟ୍ରମ୍ପଙ୍କ ଆଲୋଚନାର ୪୮ ଘଣ୍ଟା ପରେ ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ପକ୍ଷରୁ ରୁଷ ଉପରେ ୩୪ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ରୁଷ ବି ଏହାର ଜବାବ ଦେଇଛି। ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଆଶା କ୍ଷୀଣ ବୋଲି ସାଧାରଣରେ ଆଲୋଚନା ହେଉଛି।

- Advertisement -

ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ଦୃଢ଼ୋକ୍ତି ବାଢ଼ିଥିଲେ ଯେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଗୋଟିଏ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବେ। କିନ୍ତୁ କିପରି କରିବେ ତାହା କହି ନ ଥିଲେ। ତେବେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ସମ୍ପର୍କରେ ଅବଗତ ନ ଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories