www.samajalive.in
Monday, December 8, 2025
24.1 C
Bhubaneswar

କଥା କହିବା ଓ ଶ୍ବାସକ୍ରିୟା ଦ୍ବାରା ବ୍ୟାପିପାରେ କରୋନା: ଆମେରିକୀୟ ବୈଜ୍ଞାନିକ

ୱାଶିଂଟନ: କେବଳ ଛୁଇଁବା ଦ୍ବାରା ନୁହେଁ, କଥା କହିବା ଏବଂ ଶ୍ବାସକ୍ରିୟା ଯୋଗୁ ବି କରୋନା ଭୂତାଣୁ ବ୍ୟାପିଥାଏ। ଏଭଳି ଦାବି କରିଛନ୍ତି ଆମେରିକୀୟ ବୈଜ୍ଞାନିକମାନେ। ଆମେରିକାର ଏକ ଉଚ୍ଚ ସ୍ତରୀୟ ବୈଜ୍ଞାନିକ ପ୍ୟାନେଲ କହିଛନ୍ତି ଯେ, ଯେଉଁ ଭୂତାଣୁ ଦ୍ବାରା ରୋଗ ବ୍ୟାପିଥାଏ ତାହା ବାୟୁ ବାହକ। ଏହି କରୋନା ଭୂତାଣୁ ପୂର୍ବାପେକ୍ଷା ବହୁତ ସହଜ ଏବଂ ସରଳ ଭାବେ ଲୋକଙ୍କ ମଧ୍ୟରେ ବ୍ୟାପୁଛି।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେତେବେଳେ ଶ୍ବାସକ୍ରିୟା ହୁଏ ସେଥରୁ ସୃଷ୍ଟି ହେଉଥିବା ଅଲ୍‌ଟ୍ରାଫାଇନ ମିଷ୍ଟ ବା ବାୟୁରେ ଭୂତାଣୁ ଜୀବନ୍ତ ରହିଥାନ୍ତି। ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ମେଡିସିନର ସ୍ଥାୟୀ କମିଟି ଅଧ୍ୟକ୍ଷ ଡା. ବାର୍ବେ ଫିନବର୍ଗ କହିଛନ୍ତି, ‘ସାମ୍ପ୍ରତିକ ଅନୁସନ୍ଧାନ ସୀମିତ ରହିଛି। ନିଶ୍ୱାସ ପ୍ରଶ୍ୱାସରେ ଜୀବାଣୁ ବିସ୍ତାର କରୁଥିବା ଉପଲବ୍ଧ ଅଧ୍ୟୟନରୁ ଜଣାପଡ଼ିଛି। ଏହି କମିଟି ଆମେରିକା ସରକାରଙ୍କୁ ବିଜ୍ଞାନ ଏବଂ ସୃଷ୍ଟି ହେଉଥିବା ସଂକ୍ରାମକ ରୋଗ ଓ ଅନ୍ୟ ସାର୍ବଜନିକ ସ୍ବାସ୍ଥ୍ୟ ସଙ୍କଟ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାରେ ସହଯୋଗ କରିଥାଏ। ଜଣେ ଭାଇରୋଲୋଜିଷ୍ଟ କହିଛନ୍ତି, ଭୂତାଣୁ ଏତେ କ୍ଷୀପ୍ର ବେଗରେ କାହିଁକି ବ୍ୟାପିଥାଏ ତାହାର ପ୍ରମାଣ ମିଳିଛି। ଏଭଳି ସ୍ଥିତିରେ ସମ୍ପୂର୍ଣ୍ଣ ଲକଡାଉନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ବିଶେଷ କରି ଭାରତ ଭଳି ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ବାହୁବାହକ ଭୂତାଣୁ ଅଧିକ ସଂକ୍ରାମକ ହୋଇଥାଏ ଏବଂ ଏହା ଚିନ୍ତାର ବିଷୟ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫୪୭ ହୋଇଥିବାବେଳେ ୬୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି କ୍ରିଷ୍ଟିୟାନ ମେଡିକାଲ କଲେଜର ଭାଇରୋଲୋଜି ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର ଜ୍ୟାକବ ଜନ୍‌ କହିଛନ୍ତି, ଋତୁକାଳୀନ ଫ୍ଲୁଠାରୁ କୋଭିଡ-୧୯ ବହୁ ଅଧିକ ମାତ୍ରାରେ ସଂକ୍ରାମକ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories